ବୌଦ୍ଧ ଜିଲ୍ଲା ବିପଦ ପରିଚାଳନା କମିଟି ବୈଠକ

ବୌଦ୍ଧ ଜିଲ୍ଲା ବିପଦ ପରିଚାଳନା କମିଟି ବୈଠକ

 

ଜେ. ବି. ଏନ୍, ରିପୋର୍ଟ, (ସୁଦାମ ଚରଣ ସାହୁ, ୱେଷ୍ଟର୍ଣ୍ଣ ଓଡିଶା ବ୍ୟୁରୋ), (୦୬/୦୪ /୨୦୨୧) ବୌଦ୍ଧ : ଅପରାହ୍ନ ୪.୩୦ ଘଟିକା ସମୟରେ ଜିଲ୍ଲା ସମ୍ମିଳନୀ କକ୍ଷ ରେ ଜିଲ୍ଲା ବିପଦ ପରିଚାଳନା କମିଟି ବୈଠକ ଜିଲ୍ଲାପାଳ ବୌଦ୍ଧ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବୌଦ୍ଧ, ଦୁର୍ଗ ପତି ୫ମ ଆଇ ଆର ବି ବୌଦ୍ଧ, ଅତିରିକ୍ତ ଜିଲ୍ଲାପାଳ ବୌଦ୍ଧ ଆରକ୍ଷୀ ଅଧିକାରିଣୀ ଅବକାରୀ ବୌଦ୍ଧ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ବୈଠକ ତହସିଲ ଦାର ହରଭଙ୍ଗା ପରିଚାଳକ ଜିଲ୍ଲା ଶିଳ୍ପ ବିଭାଗ ବୌଦ୍ଧ ଅଗ୍ନିଶମ ଅଧିକାରୀ ବୌଦ୍ଧ ଓ ଜରୁରୀ କାଳୀନ ଅଧିକାରୀ ବୌଦ୍ଧ ଯୋଗଦେଇଥିଲେ। ସର୍ବ୍ ପ୍ରଥମେ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ସମସ୍ତଙ୍କୁ ସ୍ୱାଗତ୍ ଜାଣଇ ଏହି ବୈଠକରେ ଉଦ୍ଦେଶ୍ୟ ବିଷୟରେ ସମସ୍ତ ଙ୍କୁ ଅବଗତ କରାଇଥିଲେ। ଏହି ଅବସରରେ ଘଟୁଥିବା ବିପର୍ଯ୍ୟୟ କୁ ହେବା ପାଇଁ ପ୍ରାକ୍ ପ୍ରସ୍ତୁତି ଓ ତାହାର ସଠିକ୍ ମୁକାବିଲା କିପରି କରାଯିବ ତାହା ବିଷୟରେ ଆଲୋଚନା ହୋଇଥିଲା। ସଭ୍ଯ ମାନଙ୍କୁ ମତାମତ ନେଇ ଜିଲ୍ଲାପାଳ ବୌଦ୍ଧ ଏକ ପ୍ରାକ ପ୍ରସ୍ତୁତି ବା ମକ୍ ଡ୍ରିଲ କରିବା ପାଇଁ ଅଗ୍ନି ସମ୍ ବିଭାଗ ଓଡ୍ରାଫ୍ ଓ ଜିଲ୍ଲା ପୋଲିସ୍ ବିଭାଗକୁ ଦାୟିତ୍ବ ନ୍ୟସ୍ତ କରିଥିଲେ। ତତ୍ ସହିତ ଗୋଷ୍ଠୀ ସଚେତନତା କାର୍ଯ୍ୟକ୍ରମ କୁ ଆହୁରି ତ୍ୱରାନ୍ମିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ଜିଲ୍ଲା ଅତିଥି ଓ ଲୋକ ସମ୍ପର୍କ ଅଧିକାରୀ ଓ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଯୋଗଦେଇଥିଲେ। ସର୍ବ୍ ଶେଷରେ ଧନ୍ୟବାଦ ଦେଇ ସଭା ସାଙ୍ଗ କରାଯାଇଥିଲା।

 

Recent Post

Live Cricket Update