ଓଡିଶା ସୂଚନା ଅଧିକାରୀ ଅଭିଯାନ , ଢେଙ୍କାନାଳ ପକ୍ଷରୁ ଜିଲ୍ଲାପ୍ରଶାସନ ନାମରେ ଦୁର୍ନୀତି ଅଭିଯୋଗ 

ଓଡିଶା ସୂଚନା ଅଧିକାରୀ ଅଭିଯାନ , ଢେଙ୍କାନାଳ ପକ୍ଷରୁ ଜିଲ୍ଲା ପ୍ରଶାସନ ନାମରେ ଦୁର୍ନୀତି ଅଭିଯୋଗ 

 

(ଜେ. ବି. ଏନ୍) ୦୬/୦୪ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ସାମଲ), ଢେଙ୍କାନାଳ : ଜିଲ୍ଲାରେ ତିନିବର୍ଷର ଉର୍ଦ୍ଧ ଦିନ ଧରି ଅଧିକାରୀମାନେ ରହି ବିଭିନ୍ନ ଦୁର୍ନୀତିରେ ଲିପ୍ତ ଥିବା ହେତୁ ଓଡିଶା ସୂଚନା ଅଧିକାରୀ ଅଭିଯାନ , ଢେଙ୍କାନାଳ ବିଗତ ଦିନରେ ଓଡ଼ିଶା ସରକାରଙ୍କ ପାଖରେ ଅଭିଯୋଗ କରିଥିବାରୁ ଅଦ୍ୟା ବଧି କୌଣସି ପଦକ୍ଷେପ କିମ୍ବା କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ । ଗଣଟନ୍ତ୍ରକୁ ହତ୍ୟା କରି ଅମଲାତନ୍ତ୍ରୀଙ୍କର ଏକ ଛତ୍ରବାଦ ପ୍ରଶାସନିକ ବ୍ୟବସ୍ଥା ହେତୁ ଖଣି ମାଫିଆଙ୍କ ସହ ମଧୁ ଚନ୍ଦ୍ରିକା ରସ୍ ମାଫିଆଙ୍କ ହାରା ସୂଚନା ଅଧିକାର କର୍ମୀଙ୍କ ଉପରେ ଧମକ ଚମକ ଦିଆଯାଉଛି । ଧାରଣା ଓ ବିକ୍ଷୋନ ପ୍ରଦର୍ଶନ ପାଇଁ ଡାକବାଳି ଅନୁମତି ପାଇଁ ଅନୁମତିର ଆବେଦନ କରିଲେ ଖାରଜ କରିବା ଓ ଅନୁମତି ନଦେବା , ନାଗରିକର ହକ୍କୁ ହତ୍ୟା କରୁଥିଲେ। ଉପ ଜିଲ୍ଲାପାଳ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ନେବାକୁ ଅନୁରୋଧ । ବିଗତ ଦିନରେ ଜିଲ୍ଲାପାଳ ଶ୍ରୀ ଭୁମେମ ଚନ୍ଦ୍ର ବେହେରଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଏକ ଦାବିପତ୍ର ଦିଆଯାଇଥିଲା କିନ୍ତୁ ସୂଚନା ଅଧିକାରୀ ନିୟମ ଦ୍ବାରା ଆବେଦନ କରିଥିଲେ ସୁଦ୍ଧା ସୂଚନା ମିଳୁନାହିଁ ଓ ଉପ ଜିଲ୍ଲାପାଳ ଶ୍ରୀ ପ୍ରଧାନ ବହୁ ସଂଖ୍ୟାରେ ଆଦିବାସୀଙ୍କ ଜମି । କରିବା ପାଇଁ ଅନୁମତି ଦେଇ ବହୁ ଅର୍ଥ ଆଦାୟ କରୁଛନ୍ତି , କିନ୍ତୁ ଯିଏ ଲାଞ୍ଚ ଦେଉ ନାହିଁ ତାହାର ଅନୁମତିକୁ କେବଳ ଫାଇଲରେ ସୀମିତ ରଖାଯାଉଛି । ଢେଙ୍କାନାଳରେ ଯେଉଁ ଯେଉଁ ଜମିକୁ ଅନୁମତି ନିଆଯାଇଛି ସେ ସବୁ ବଡ ବଡ ଜମି ବେପାରୀଙ୍କ ପାଇଁ ଦିଆଯାଉଛି କିନ୍ତୁ ସାଧାରଣଙ୍କ ପାଇଁ ଦିଆଯାଉ ନାହିଁ । ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କିଛି କର୍ମଚାରୀଙ୍କୁ ଅନ୍ୟତ୍ର ବଦଳି କରାଯାଉ ନାହିଁ କି ଅବସର ପରେ ସତୁରୀ ବର୍ଷର କର୍ମଚାରୀଙ୍କୁ ଜମି ଅଧିଗ୍ରହଣ କାର୍ଯ୍ୟାଳୟରେ ଠିକ କର୍ମଚାରୀ ନିଯୁକ୍ତି ଦେଇ ବହୁ ତଥ୍ୟ ମାଫିଆଙ୍କ ପାଖକୁ ପହଞ୍ଚାଇବାର ଜିଲ୍ଲା ପ୍ରଶାସନ ଦଲାଲି କରିବା ଆମେ ଅନୁଭବ କରୁଛୁ , ଏହା ଗଣତନ୍ତ୍ର ବିରୋଧକୁ ଅମଲାତନ୍ତୁ ସରକାର ? ଢେଙ୍କାନାଳ ଜିଲ୍ଲାର ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ନରୋତ୍ତମ ବେହେରାଙ୍କ ପାଖରେ ମନରେଗା ଯୋଜନା ସମ୍ବନ୍ଧରେ ଅଭିଯୋଗ ହେଲେ , ଅଭିଯୋଗକାରୀଙ୍କ ଉପସ୍ଥିତି ବିନା କିପରି ତଦନ୍ତ କରାଯାଉଛି ଓ ବର୍ତ୍ତମାନ ସୁଦ୍ଧା ଶତାଧୂକ ଅଭିଯୋଗ ହୋଇଥିଲେ ଫଳ ଶୁନ । ଜିଲ୍ଲାରେ ଆଲୋକ କରଣ ପାଇଁ ବାହାରି ଜିଲ୍ଲାରୁ ବିନା ଟେଣ୍ଡାରରେ ଠିକାଦାରୀଙ୍କୁ କୋଟି କୋଟି ତାଙ୍କର କାମ କିପରି ଗ୍ରାମ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ହାର ହେଉଛି ଓ ଆମ ଜିଲ୍ଲାର ଠିକାଦାରଙ୍କୁ ଉପେକ୍ଷିତ କରିବାର ଉଦେଶ୍ୟ କଣ ? ହିନ୍ଦୋଳ ବ୍ଲକ ପ୍ରାଙ୍ଗଣରେ ଅନୁମତି ବିନା କିପରି କେଉଁ ଅର୍ଥରେ କରାଯାଇଛି ମନ୍ଦିର ଓ ଏହି ଅଧିକାରୀଙ୍କ ଅତିଥି ଜଣ ପଡୁଛି ଏଥିରେ କି ପ୍ରକାର ସମ୍ପର୍କ ରହିଛି । କାମାକ୍ଷାନଗର ବ୍ଲକ ପ୍ରକଳ୍ପ କର୍ମଚାରୀଙ୍କୁ କାହିଁକି ଡେପୁଟେସନରେ ଅଣାଯାଇ ବର୍ଷ ବର୍ଷ ଥଇଥାନ କରିବା ଉଦେଶ୍ୟ କଣ ରହିଛି ? ଗ୍ରାମ୍ୟ ରୋଜଗାର ସେବକରୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ପାଇଥିବା କର୍ମଚାରୀଙ୍କର ଶିକ୍ଷାଗତ ଓ ଜାତିଗତ ବିନା ତଦନ୍ତରେ କିପରି ପ୍ରମୋଶନ କରାଗଲା ? ଦୀର୍ଘ ଦିନ ଧରି ପଞ୍ଚାୟତ ଗୋଷ୍ଠୀ ଅଧିକାରୀରୁ ପ୍ରକଳ୍ପ ନିର୍ଦ୍ଦେଶକ ଗ୍ରାମ୍ୟ ଉନ୍ନୟନ ରହି ବହୁ ତଦନ୍ତକୁ ସରକାରଙ୍କ ପାଖରେ ଅଭିଯୋଗ କଲେ ସୁଦ୍ଧା ସରକାର ନିଦ । ବିଷ୍ଣୁ ସାଜିଥିବା ହେତୁ ଆମ ଗଣତନ୍ତ୍ରକୁ କୋଠାରଘାତ କରିଛି । ମାତୃଭାଷା ଓଡ଼ିଆ ଭାଷାକୁ ଢେଙ୍କାନାଳ ଜିଲ୍ଲାରେ ଅଦ୍ୟାବଧି ପ୍ରଣୟନ କରିଲେ ନାହିଁ , ଯାହାକି ଆମ ଓଡ଼ିଆଙ୍କ ପ୍ରତି ଅପମାନ ନା ପ୍ରହେଳିକା , ଏଣୁ ଏହି ନିୟମକୁ ବଦଳାଇବାକୁ ଆଜିର କଳା ପତାକା ପଦଯାତ୍ରା ଜରିଆରେ ରାଜ୍ୟ ସରକାରଙ୍କୁ ଅବଗତି କରାଗଲା ଓ ଶୀଘ୍ର ସମସ୍ତ ଦସ୍ତାବିଜ ମାତୃଭାଷାରେ ପ୍ରଣୟନ କରାଯାଉ ନଚେତ ଏ କଳା ପତାକା ଜାରି ରହିବ।

Recent Post

Live Cricket Update