



ରାୟ ବାହାଦୂର ନନ୍ଦକିଶୋର ଦାସଙ୍କ ପୁଣ୍ୟ ତିଥି ପାଳିତ
ଜେ ବି ଏନ, ରିପୋର୍ଟ, ସୁଶୀଲ କୁମାର ଆଇଚ, ଅନୁଗୋଳ, ୦୬.୦୪. ୨୦୨୧, : ସାମଗ୍ରୀକ ଭାବେ ଓଡିଶାର ସର୍ବାଙ୍ଗୀନ ଉନ୍ନତି ଥିଲା ରାୟ ବାହାଦୂର ନନ୍ଦକିଶୋର ଦାସଙ୍କ ସମୁନ୍ନତ ପରିକଳ୍ପନା ଏବଂ ସେହି ଲକ୍ଷ୍ୟ ନେଇ ୧୮୮୯ ମସିହାରେ ସେ ଉତ୍କଳ ସମ୍ମିଳନୀ ସଭା ଗଠନ କରିଥଲେ ବୋଲି ତାଙ୍କ ୧୨୭ ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଅନୁଗୋଳ ଜିଲ୍ଲା ପୁରୁଣାଗଡ ଅନ୍ତର୍ଗତ ବଡଦାଣ୍ଡ ସାହି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ପରିସର ସ୍ଥିତ ସମାଧିରେ ଶ୍ରଦ୍ଧାସୁମନ ଅର୍ପଣ କରି ବହୁ ବିଶିଷ୍ଟ ବ୍ୟକ୍ତି ମତବ୍ୟକ୍ତ କରିଛନ୍ତି । ଅନୁଗୋଳ ଜିଲ୍ଲା ପ୍ରଶାସନ ଏବଂ ଭୁବନେଶ୍ବର ସ୍ଥିତ ସାଂସ୍କୃତିକ ସାମାଜିକ ସେବା ଅନୁଷ୍ଠାନ ମାହାଙ୍ଗା ମୈତ୍ରୀ ମଞ୍ଚର ମିଳିତ ଆନୁକୁଲ୍ୟରେ ସ୍ଵତନ୍ତ୍ର ଓଡିଶା ଗଠନର ଅନ୍ୟତମ ଆଦ୍ୟ ପ୍ରବକ୍ତା ଜାତିସ୍ମର ନନ୍ଦକିଶୋର ଦାସଙ୍କ ୧୨୭ ତମ ପୁଣ୍ୟତିଥି ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପୁରୁଣାଗଡ ସ୍ଥିତ ତାଙ୍କ ସମାଧିପୀଠରେ ଆୟୋଜିତ ଶ୍ରଦ୍ଧାର୍ଘ୍ୟ ଅର୍ପଣ ଉତ୍ସବରେ ଅନୁଗୋଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଅଂଶୁମାନ ଶତପଥୀ ଯୋଗ ଦେଇ ଇଂରେଜ ଶାସନ କାଳରେ ପ୍ରଥମ ଓଡିଆ ସିଭିଲିଆନ ସ୍ଵର୍ଗତ ନନ୍ଦକିଶୋରଙ୍କୁ ଜଣେ ବରପୁତ୍ର ତଥା ଦକ୍ଷ ପ୍ରଶାସକ ଭାବେ ଅଭିହିତ କରିଥିଲେ । ମାହାଙ୍ଗା ମୈତ୍ରୀ ମଞ୍ଚର ସାଧାରଣ ସମ୍ପାଦକତଥା ରାଜ୍ୟସ୍ତରୀୟ ନନ୍ଦକିଶୋର ଦାସ ସ୍ମୃତି ସମିତିର ଅଧ୍ୟକ୍ଷ ଶ୍ରୀ ଅବନୀ ଚନ୍ଦ୍ର ଦାସ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ଦିବଂଗତ ଏହି ମହାନ ଆମ୍ୟକ ଅମ୍ବାନ ସ୍ମୃତି ବିଜଡିତ ଅନୁଗୋଳର ପୁରୁଣାଗଡ ମାଟିକୁ ପ୍ରଣାମ କରିଲେ । ମଧୁବାବୁଙ୍କ ଭାଷାରେ ନନ୍ଦକିଶୋର ଦାସ ଓଡିଆଙ୍କ ହିରୋ ଥୁଲେ ଏବଂ ଫକିର ମୋହନ ସେନାପତି ଙ୍କୁ ଓଡିଶାର କୀର୍ଭସ୍ତମ୍ଭ ଭାବେ ବର୍ଣ୍ଣିନା କରିଯାଇଛନ୍ତି ବୋଲି ସେ ଉଲ୍ଲେଖ କରିଥିଲେ । ଏଣୁ ସାହିତ୍ୟ ମଂଚର ଅନ୍ୟ କର୍ମକର୍ତ୍ତା ଶ୍ରୀ ରଜନୀକାନ୍ତ ପରିଡା ଓ ଶ୍ରୀ ଲକ୍ଷ୍ମୀଧର ନାୟକ ଓଡ଼ିଆ ଜାତିର କଲ୍ୟାଣ କଳେ ନନ୍ଦ କିଶୋରଂକ ଅବଦାନ ଅତୁଳନୀୟ ବୋଲି କହିଲେ । ବ୍ୟାକରଣ ସରଳ ଓ ସୃଜନଶୀଳ ହେଲେ ଭାଷା ସୁନ୍ଦର ଓ ସମୃଦ୍ଧ ହେବ ବୋଲି ନନ୍ଦ କିଶୋର ବିଶ୍ଵାସ କରୁଥୁଲେ ଏବଂ ଏ ଦିଗରେ ଅନେକ କାମ କରିଯାଇଛନ୍ତି ବୋଲି ଅତିଥି ମାନେ ପ୍ରକାଶ କରିଥୁଲେ । ସ୍ଥାନୀୟ ସରପଞ୍ଚ ଶ୍ରୀ ସହଦେବ ବେହେରା , ପୂର୍ବତନ ସରପଞ୍ଚ ଶ୍ରୀ ସରୋଜ କୁମାର ପଟ୍ଟନାୟକ , ଗ୍ରାମ ମୁରବୀ ଶ୍ରୀ କ୍ଷୀରୋଦ ଚନ୍ଦ୍ର ପଟ୍ଟନାୟକ , ବଡଦାଣ୍ଡ ସାହି ପ୍ରୋଜେକ୍ଟ ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟତ୍ରୀ ଶ୍ରୀମତୀ ସିକତା ଦାସ , ଶିକ୍ଷକ – ଶିକ୍ଷୟତ୍ରୀ , ଗ୍ରାମବାସୀ ଏହି କାର୍ଯ୍ୟକ୍ରମର ସଫଳ ରୁପାୟନ କରିଲେ ।