ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ 

ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ 

 

ଜେ ବି ଏନ, ୦୬/୦୪ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ମହାପାତ୍ର), ଢେଙ୍କାନାଳ :ହିନ୍ଦୋଳ ବିଜୁ ଜନତା ଦଳ ତରଫରୁ ଆଜି ଖଜୁରିଆକଟା ସ୍ଥିତ ହିନ୍ଦୋଳ ମହାବିଦ୍ୟାଳୟ ପରିସରରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର କୁ ସ୍ଥାନୀୟ ବିଧାୟିକା ସୀମାରାଣୀ ନାଏକ ଓ ହିନ୍ଦୋଳ ବ୍ଲକ ଅଧ୍ୟକ୍ଷ ପ୍ରିୟ ରଂଜନ ମାହୁନ୍ତ ପୂର୍ବାହ୍ନ ୧୦ଟା ରେ ଉଦ୍ଘାଟନ କରିଛନ୍ତି।ଏହି ଶିବିର ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲୁ ରହିବ।ହିନ୍ଦୋଳ ମହାବିଦ୍ୟାଳୟ ର ଏନ,ସି,ସି, ଛାତ୍ରଛାତ୍ରୀ ମାନେ ଶିବିର ରେ ସମସ୍ତ ପ୍ରକାର ସହାୟତା କରୁଛନ୍ତି।

ହିନ୍ଦୋଳ ବିଜୁ ଛାତ୍ର ଜନତା ଦଳ ତରଫରୁ ଆଜି ହିନ୍ଦୋଳ କଲେଜ ପରିସରରେ ବିଧାୟିକା ସୀମା ରାଣୀ ନାୟକ ଙ୍କ ଦ୍ୱାରା ସକାଳେ ଉଦ୍ଘାଟିତ ହୋଇଥିବା ସ୍ବେଛାକୃତ ରକ୍ତଦାନ ଶିବିର ରେ ୭୫ ୟୁନିଟ ରକ୍ତ ସଂଗ୍ରହ ହୋଇଛି।କଲେଜ ଅଧ୍ୟକ୍ଷ ଅଶୋକ କୁମାର ସାହୁ ଙ୍କ ସମେତ ସମସ୍ତ ଅଧ୍ୟାପକ, କର୍ମଚାରୀ ସହଯୋଗ କରିଥିଲେ।ବ୍ଲକ ଅଧ୍ୟକ୍ଷ ପ୍ରିୟ ରଂଜନ ମାହୁନ୍ତ ଶିବିର ଶେଷ ପର୍ଯ୍ୟନ୍ତ ରହି ରକ୍ତଦାତା ମାନଙ୍କୁ ଉସ୍ଛାହିତ କରିଥିଲେ।ସ୍ଥାନୀୟ ସମ୍ବାଦ ପ୍ରତିନିଧି ପ୍ରଶାନ୍ତ କୁମାର ଜେନାମଣି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Recent Post

Live Cricket Update