ମା ଓ ତିନି ବର୍ଷର ପୁଅ ର ସନ୍ଦେହ ଜନକ ମୃତ୍ୟୁ

ମା ଓ ତିନି ବର୍ଷର ପୁଅ ର ସନ୍ଦେହ ଜନକ ମୃତ୍ୟୁ


ଜେ. ବି. ଏନ,୦୭/୦୪ /୨୦୨୧, (ରିପୋର୍ଟ, ରଂଜିତ କୁମାର ସାହୁ )ଖୋର୍ଦ୍ଧା :ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଆଂକୁଲା ପଞ୍ଚାୟତ ବାଉରୀ ସାହିରେ ଏକ ଲୋମ ହର୍ଷଣକାରି ଘଟଣା ଘଟିଯାଇଛି। ଏକା ସାଙ୍ଗରେ ମା ଏବଂ ପୁଅର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି।

 

ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତ୍ରିରେ ବ୍ରାହ୍ମଣକୋଷଡ଼ିହ ଗ୍ରାମ ବାଉରୀ ସାହିର ବିଭୁ ନାୟକଙ୍କ ପତ୍ନୀ ସସ୍ମିତା ନାୟକ (୨୫) ଏବଂ ୩ ବର୍ଷର ପୁତ୍ର ଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ତେବେ ପରିବାର ପକ୍ଷରୁ ଏହା ଆତ୍ମହତ୍ୟା ବୋଲି ଦାବି ହେଉଛି। ପରିବାର ବର୍ଗଙ୍କ ମୁତାବିକ ଉଭୟ ମା ଏବଂ ପୁଅ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଛନ୍ତି।

ତେବେ ଖବର ପାଇ ବର୍ତ୍ତମାନ ଘଟଣାସ୍ଥଳରେ ବାଲୁଗାଁ ଏସଡ଼ିପିଓ, ବାଲୁଗାଁ ଆଇ ଆଇ ସି, ଥାନାର ଉଭୟ ଏସଆଇ ଏବଂ ସାଇଣ୍ଟିଫିକ୍ ଦଳ ପହଁଚି ତଦନ୍ତ ଜାରି ରଖିଛନ୍ତି। ଅପରପକ୍ଷେ ପରିବାର ବର୍ଗର ସମସ୍ତ ବ୍ୟକ୍ତିଙ୍କୁ ପୋଲିସ ଅଟକ ରଖି ପଚରାଉଚୁରା ଜାରି ରଖିଛି। କିନ୍ତୁ ଏହା ହତ୍ୟା ନା ଆତ୍ମହତ୍ୟା ତାହା ତଦନ୍ତ ପରେ ଜଣାପଡିବ।

Recent Post

Live Cricket Update

× How can I help you?