ବର୍ଦ୍ଧିତ ବିଦ୍ୟୁତ ବିଲ ପ୍ରତ୍ୟାହାର ଦାବିରେ ବିକ୍ଷୋଭ

ବର୍ଦ୍ଧିତ ବିଦ୍ୟୁତ ବିଲ ପ୍ରତ୍ୟାହାର ଦାବିରେ ବିକ୍ଷୋଭ

 

ଜେ ବି ଏନ, ୦୭/୦୪ /୨୦୨୧, (ରିପୋର୍ଟ, ପ୍ରଭାକର ବିଶ୍ଵାଳ), କେନ୍ଦ୍ରାପଡ଼ା -କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ କଂଗ୍ରେସ ପକ୍ଷରୁ ଦାନପୁର ଇଲେକ୍ଟ୍ରିକ ଅଫିସ ସମ୍ମୁଖରେ ବର୍ଦ୍ଧିତ ବିଜୁଳି ଦର ପ୍ରତ୍ୟାହାର ଦାବିରେ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି।କଂଗ୍ରେସ ନେତା ରତିକାନ୍ତ କାନୁନଗୋଙ୍କ ନେତୃତ୍ୱରେ ଗତ ୬ ତାରିଖ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଥିବା ଏହି ପ୍ରତିବାଦ ସଭାରେ ସୁଖଦାନନ୍ଦ ପ୍ରଧାନ,ରମେଶ ତ୍ରିପାଠୀ, ପ୍ରଭୂଦତ୍ତ ପଣ୍ଡା ସୁରେଶ ମଳିକ, ସୁଧୀର ରାଉତ, ଗୋଲେଖ ସ୍ଵାଇଁ, ରବୀନ୍ଦ୍ର ନାୟକ,କୃଷ୍ଣଚନ୍ଦ୍ର ଜେନା,ଅକ୍ଷୟ ପଣ୍ଡା,ଶୁକଦେଵ ସାମଲ ଏବଂ ଗୋପବନ୍ଧୁ ଜେନାଙ୍କ ସମେତ ବହୁ କଂଗ୍ରେସ ନେତା ଯୋଗ ଦେଇଥିଲେ।

Recent Post

Live Cricket Update