ବଜରଙ୍ଗ କ୍ଲବ ଦ୍ୱାରା ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ 

ବଜରଙ୍ଗ କ୍ଲବ ଦ୍ୱାରା ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ 

 

 

ଜେ ବି ଏନ, ରିପୋର୍ଟ, ସୁଶାନ୍ତ କୁମାର ସାମଲ/ଶୁଭମ ପାଣି , (୦୭/୦୪/୨୦୨୧), ଢେଙ୍କାନାଳ : ଢେଙ୍କାନାଳର ବଜରଙ୍ଗ କ୍ଲବ ଦ୍ୱାରା ଗଣେଶ ବଜାର ଠାରେ ଥିବା ଟାଉନ ହଲ ଠାରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ମାଗଣା ଶିବିରରେ ଭୁବନେଶ୍ୱର ଆପୋଲୋ ହସ୍ପିଟାଲର ବିଭିନ୍ନ ବିଭାଗର ଡାକ୍ତର ମାନେ ଯୋଗ ଦେଇଥିଲେ । ଆପୋଲୋ ହସ୍ପିଟାଲର ଭେଷଜ, ଅସ୍ତିଶଲ୍ୟ, କର୍କଟ, ମଧୁମେୟ,ହୃଦ ରୋଗ, ଶିଶୁ ରୋଗ ତଥା ସ୍ନାୟୁ ରୋଗ ବିଶେଷଜ୍ଞ ମାନେ ଉପସ୍ଥିତ ରହି ଆଜିର ଏହି ସ୍ୱାସ୍ଥ୍ୟ ଶିବିରକୁ ସାଫଲ୍ୟ ମଣ୍ଡିତ କରାଇଥିଲେ । ଢେଙ୍କାନାଳର ବିଭିନ୍ନ ଅଞ୍ଚଳରୁ ଲୋକମାନେ ଏହି ସ୍ୱାସ୍ଥ୍ୟ ଶିବିର ରେ ଯୋଗଦାନ କରି ଏହାର ସେବା ପାଇଥିଲେ ।ଆଜିର ଏହି ସ୍ୱାସ୍ଥ୍ୟ ଶିବିର ସକାଳ10ରୁ ଆରମ୍ଭ ହୋଇ ଅପରାହ୍ନ 5 ଟା ପର୍ଯ୍ୟନ୍ତ ଚାଲିଥିଲା । ଏହି ସ୍ୱାସ୍ଥ୍ୟ ଶିବିରରେ ଶତାଧିକ ଲୋକ ଉପକୃତ ହୋଇଥିଲେ ।ଏହା ଆଗରୁ ବଜରଙ୍ଗ କ୍ଲବ ଅନେକ ଗୁଡିଏ ଜନ ମଙ୍ଗଳ କାର୍ଯ୍ୟମାନ କରିଆସିଛି । ଏହି ଜନମଙ୍ଗଳ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

Recent Post

Live Cricket Update