



ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଥିବା ବ୍ୟକ୍ତିଙ୍କ ଗିରଫ ଦାବିରେ ରାସ୍ତା ରୋକ
ଜେ ବି ଏନ, ୦୭/୦୪ /୨୦୨୧, (ରିପୋର୍ଟ, ପ୍ରଭାକର ବିଶ୍ଵାଳ), ନିଆଳୀ -କଟକ ଜିଲ୍ଲାର ନିଆଳୀ ବ୍ଲକ ଅନ୍ତର୍ଗତ ଜଗନ୍ନାଥ ହାଟ ଠାରେ ଦୀର୍ଘ ୫୫ବର୍ଷ ତଳେ ସ୍ଥାପିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ଘଟଣାକୁ ଦୀର୍ଘଦିନ ବିତି ଯାଇ ଥିଲେ ମଧ୍ୟ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇ ନାହିଁ।ଦୋଷୀଙ୍କୁ ଗିରଫ କରିବା ଦାବିରେ ଆଜି ଉଭୟ ସିଠାଳ ଓ ଏକବେରୁଆଁ ଗ୍ରାମ ପଂଚାୟତର ଶତାଧିକ ଗ୍ରାମବାସୀ ସିଠାଳ ବ୍ରିଜ ଠାରେ ଏକତ୍ରିତ ହୋଇ ଜଗତସିଂହପୁର-ନିଆଳୀ- ଅଡ଼ଶପୁର ମୁଖ୍ୟ ରାସ୍ତାଜୁ ଅବରୋଧ କରିଥିଲେ।ଖବର ପାଇ ନିଆଳୀ ଥାନା ଅଧିକାରୀ ବିଜୟ ମଲ୍ଲିକ ଘଟଣା ସ୍ଥଳରେ ପହଞ୍ଚି ଲୋକ ମାନଙ୍କୁ ବୁଝାଶୁଝା କରିବା ସହିତ ଦୋଷୀ ମାନଙ୍କୁ ତୁରନ୍ତ ଗିରଫ କରିବା ସହିତ ଭଙ୍ଗା ଯାଇଥିବା ସ୍ଥାନରେ ନୂଆ ମୂର୍ତ୍ତି ସ୍ଥାପନ ପାଇଁ ବ୍ୟବସ୍ଥା କରିବା ପ୍ରତିଶ୍ରୁତି ଦେବାପରେ ରାସ୍ତା ଅବରୋଧ ହଟି ଥିଲା।