



ବେଗୁନିଆପଡା ବ୍ଲକର ବିଭିନ୍ନ ସ୍ଥାନରେ ସହଯୋଗ ତାଲିମ ଶିବିର ଅନୁଷ୍ଠିତ
ଜେ ବି ଏନ, ବ୍ରହ୍ମପୁର ( ଟୁକୁନା ପ୍ରଧାନ, ୦୭-୦୮.୪.୨୦୨୧)-: ସମଗ୍ର ଶିକ୍ଷା ଅଭିଯାନ ଓ ଶିକ୍ଷା ଅଧିକାର ପକ୍ଷରୁ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଆଜି ପରିଚାଳନା କମିଟି ସଦସ୍ୟଙ୍କ ନିମନ୍ତେ’ ସହଯୋଗ’ ତାଲିମ ଶିବିର ଆରମ୍ଭ ହୋଇଯାଇଛି। ବେଗୁନିଆପଡା ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏସ ଏମ ସି ଅଧକ୍ଷ ପ୍ରଭାକର ପଣ୍ଡା ଶିବିରକୁ ଉଦ୍ଘାଟନ କରିଥିବା ବେଳେ ପ୍ରଧାନ ଶିକ୍ଷକ ନାରାୟଣ ଭୂୟାଁ ଶିବିରର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ସି ଆର ସି ରାଜେନ୍ଦ୍ର ସେଠୀ ,ସଦସ୍ୟ ଏମ୍. ରାଜେଶ୍ୱର ରାଓ ଙ୍କ ସମେତ ସମସ୍ତ ସଦସ୍ୟ ଓ ସଦସ୍ୟା ଉପସ୍ଥିତ ଥିବା ବେଳେ ଶିକ୍ଷକ ସୁଧାକର ପରିଡା ତାଲିମ ପ୍ରଦାନ କରିଥିଲେ । ସେହିପରି ନୂଆଁଗଡ଼ କ୍ଳଷ୍ଟର ର ମାଳବେଲପଡା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ, କ଼ୁମାରୀପାରି ଉନ୍ନିତ ଉଚ୍ଚ ବିଦ୍ୟାଳୟ, ସିଦ୍ଧପଲି ପ୍ରାଥମିକ ବିଦ୍ୟାଳୟ, ତାଳଗାଁ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଭାବିନୀପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଖିଡିଙ୍ଗି ପ୍ରାଥମିକ ବିଦ୍ୟାଳୟ, କୁମ୍ଭାରଗାଁ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏହି ତାଲିମ୍ ଶିବିର ମଧ୍ଯ ଅନୁଷ୍ଠିତ ହୋଇଯାଇଛି । ଏଥିରେ
ସି ଆର୍ ସି ସି ଜଗନ୍ନାଥ ବାରିକ ଯୋଗଦେଇଥିଲେ ।
ଏହି ବ୍ଲକର ସମସ୍ତ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏହା ୩ ଦିନ ଧରି ଚାଲିବ ବୋଲି ବ୍ଲକ ଶିକ୍ଷାଧିକାରୀ ପ୍ରକାଶ କରିଛନ୍ତି ।