ଅମାନିଆଙ୍କ ବିରୋଧରେ ପୁଲିସର ୧୦ ଦିନିଆ ଡ୍ରାଇଭ୍ ଆରମ୍ଭ 

ଅମାନିଆଙ୍କ ବିରୋଧରେ ପୁଲିସର ୧୦ ଦିନିଆ ଡ୍ରାଇଭ୍ ଆରମ୍ଭ 

 

ଜେ ବି ଏନ, ୦୮/୦୪ /୨୦୨୧, (ଭୁବନେଶ୍ବର ରୁ ରିପୋର୍ଟ୍ ସୁଶାନ୍ତ କୁମାର ନାୟକ),ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବା ଦୃଷ୍ଟିରୁ ଆଜିଠାରୁ ଅମାନିଆଙ୍କ ବିରୋଧରେ ପୁଲିସର ୧୦ ଦିନିଆ ଡ୍ରାଇଭ୍ ଆରମ୍ଭ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ କରୋନା ପରିସ୍ଥିତିର ସମୀକ୍ଷା କରିବା ପରେ ମୁହଁରେ ମାସ୍କ୍ ଠିକ୍ ଢଙ୍ଗରେ ବା ମୋଟେ ପିନ୍ଧୁ ନଥିବା ଓ ସାମାଜିକ ଦୂରତା ରକ୍ଷା ନିୟମ ଉଲଙ୍ଘନ କରୁଥିବା ଲୋକଙ୍କ ବିରୋଧରେ ୧୦ ଦିନିଆ ସ୍ୱତନ୍ତ୍ର ଡ୍ରାଇଭ୍ ଆରମ୍ଭ କରିବାକୁ ରାଜ୍ୟ ପୁଲିସ ମହା ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପୁଲିସ ଡିଜି ଅଭୟ ମଧ୍ୟ ରାଜ୍ୟର ସମସ୍ତ ଜିଲ୍ଲାର ଏସପି ଓ ଡିସିପିମାନଙ୍କୁ ଆଜିଠାରୁ ଏହି ସ୍ୱତନ୍ତ୍ର ଡ୍ରାଇଭ୍ ଆରମ୍ଭ କରିବା ପାଇଁ ଚିଠି ଲେଖି ନିର୍ଦ୍ଦେଶ ଦେଇଥିଲେ । ଆଜି ସନ୍ଧ୍ୟାରେ ଭୁବନେଶ୍ୱର-କଟକ ଦ୍ବୈତ ନଗରୀ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ରାଜଧାନୀର ବିଭିନ୍ନ ବଜାର ଅଞ୍ଚଳ ଓ ରେଳ ଷ୍ଟେସନରେ ନିଜ ସହକର୍ମୀଙ୍କ ସହ ସଚେତନତା ସୃଷ୍ଟି କରୁଥିବାର ଦୃଶ୍ୟ… ରାଜଧାନୀରେ କର୍ଫ୍ୟୁ ଲାଗିନି, କିନ୍ତୁ ଏହି ଦୃଶ୍ୟ ଅଘୋଷିତ କର୍ଫ୍ୟୁର ଭ୍ରମ ସୃଷ୍ଟି କରୁଛି । ଆଗାମୀ ଦିନରେ ସରକାର କିଛି ବଡ ପଦକ୍ଷେପ ନେବାର ସମ୍ଭାବନାକୁ ଏଡାଇ ହେଉନି।

Recent Post

Live Cricket Update