କୂଅରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର

କୂଅରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର

ଜେ ବି ଏନ, ବ୍ରହ୍ମପୁର, (ଟୁକୁନା ପ୍ରଧାନ, ୦୮.୦୪.୨୦୨୧) – : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ବେଗୁନିଆପଡା ବ୍ଲକ ବି. ନୂଆପଲ୍ଲୀ ସୀମାନ୍ତ କୂଅରୁ ଯୁବକର ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ଖବର ପାଇ ପ୍ରଥମେ ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ଦୀପ୍ତିରଞ୍ଜନ ବେହେରା ସଦଳବଳେ ଘଟଣାସ୍ଥଳରେ ପହଁଚିଥିଲେ । ପରେ ଖଲ୍ଲିକୋଟ ଥାନା ପୋଲିସ ପହଁଚି ଘଟଣାର ଅନୁସନ୍ଧାନ କରିଛନ୍ତି । କୋଦଳା ଅଗ୍ନିସମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ପ୍ରାପ୍ତ ସୂଚନା ଅନୁଯାଇ ଯୁବକ ଜଣଙ୍କ ଦାନପୁର ଗ୍ରାମର ଟୁଙ୍ଗୁରୁ ଦାସଙ୍କ ପୁତ୍ର ସୀମାଞ୍ଚଳ ଦାସ ହୋଇଥିବା ବେଳେ ପିଲାଟି ଦିନରୁ ସେ ମାମୁଁ ଘର ଗାଁ ବିରିବଟିଆରେ ରହୁଥିଲା । ଏକମାସ ତଳୁ ନିଖୋଜ ଥିବା କଥା ସୀମାଞ୍ଚଳଙ୍କ ବାପା କହିଛନ୍ତି ।ଏହା ହତ୍ୟା ନା ଆତ୍ମହତ୍ୟା ତାହା ଜଣା ପଡିନାହିଁ ।

Recent Post

Live Cricket Update