ଦୃବର୍ତ୍ତ ର ଆକ୍ରମଣ ରେ ଥାନା ଅଧିକାରୀ ସମେତ ଦୁଇ ଗୁରୁତ୍ତର।

 

ଦୃବର୍ତ୍ତ ର ଆକ୍ରମଣ ରେ ଥାନା ଅଧିକାରୀ ସମେତ ଦୁଇ ଗୁରୁତ୍ତର।

ଜେ ବି ଏନ (ସୁଶାନ୍ତ କୁମାର) ୦୮/୦୪/୨୦୨୧ ଢେଙ୍କାନାଳ /ବଅଁରପାଳ : ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଅଞ୍ଚଳ ରେ ଥିବା ମଦ ଦୋକାନ ରେ ଜଣେ ଦୃବର୍ତ୍ତ ର ଆକ୍ରମଣ ରେ ଥାନା ଅଧିକାରୀ ଙ୍କ ସମେତ ଦୁଇ ଗୁରୁତ୍ତର। ସୁଚନା ଅନୁଯାୟୀ ବୁଧବାର ସନ୍ଧ୍ୟାରେ ପରଜଙ୍ଗ ଥାନା ଅନ୍ତର୍ଗତ କନ୍ଦରସିଂହା ଗ୍ରାମର ଅଜିତ କୁମାର ବିଶ୍ୱାଳ ( ୩୨ ) ଥାନା ପଛ ପାଖରେ ଥିବା ମଦ ଦୋକନରୁ ମଦ କଣିବା ପାଇଁ ଯାଇଥିଲେ ।

ସେହି ମଦ ଦୋକାନ ନିକଟରେ ବଅଁରପାଳ ଅଞ୍ଚଳ ର ପୁର୍ବତନ ସାଂସଦଙ୍କ ପ୍ରତିନିଧ ନରେଶ ଚନ୍ଦ୍ର ବେହେରା ଏବଂ ସୁବାଷ ଚନ୍ଦ୍ର ବେହେରା ଙ୍କ ମଧ୍ୟରେ କୌଣସି କାରଣର କୁ ନେଇ ଅଜିତଙ୍କ ସହିତ ବଚସା ହୋଇଥିଲା । ଏହାକୁ କେନ୍ଦ୍ରକରି ସେଠାରେ ଉଭୟ ଗୋଷ୍ଠି ଙ୍କ ମଧ୍ୟରେ ଆକ୍ରମଣ ଏବଂ ପ୍ରତିଆକ୍ରମଣ ହୋଇଥିଲା । ଏହାକୁ ନେଇ ଅଜିତ ନିଜ ନିକଟରେ ରଖିଥିବା ଏକ ଏକ ଛୁରୀ ସାହାଯ୍ୟରେ ନରେଶ ଏବଂ ସୁବାଷଙ୍କୁ ଆକମ୍ରଣ କରିଥିଲା । ଦୁର୍ବୃତ୍ତ ଙ୍କ ଆକ୍ରମଣରେ ଉଭୟ ରକ୍ତ ଜୁଡୁ ବୁଡୁ ହୋଇ ତଲେ ପଡିଯାଇଥିଲେ । ବିଶେଷ ସୂତ୍ରରୁ ଖବର ପାଇ କଣ୍ଟାବଣିଆ ଥାନାଧିକାରୀ ସେଠାରେ ପହଞ୍ଚି ଅଭିଯୁକ୍ତ ଅଜିତକୁ କାବୁ କରିନେଇଥିଲେ । ଏହି ସମୟରେ ଅଜିତ ଅଧିକାରୀଙ୍କୁ ମଧ୍ୟ ଛୁରୀ ଆକମ୍ରଣ କରିବା ସହିତ କାମୁଡି ପକାଇଥିଲା । ଦୁବୃର୍ତ୍ତ ଆକ୍ରମଣରେ ଥାନା ଅଧିକାରୀ ଙ୍କ ପେଟ ଏବଂ ଅନ୍ୟ ସ୍ଥାନରେ ଆଘାତ ଲାଗିଛି । ଏ ସଂକ୍ରାନ୍ତରେ ଥାନାରେ ୩୭/୨୧ ରେ ଏକ ମାମଲା ରୁଜୁ କରାଯାଇଥିବାର ଜଣାପଡିଛି । ଆହତ ଥାନାଧିକାରୀଙ୍କୁ ଚିକିତ୍ସାଳୟରେ ଭର୍ତି କରାଯାଇଥିବାର ଜଣାପଡିଛି । ଆସାମୀ ଅଜିତ୍ରକୁ କୋର୍ଟ ଚାଲାଣ କରାଯାଇଥିବାର ଜଣାପଡିଛି ।

Recent Post

Live Cricket Update