



ଗୋ ବଂଶର ରକ୍ଷା ନିମନ୍ତେ ଉପଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
ଜେ ବି ଏନ, ୦୯/୦୪/୨୦୨୧, (ରିପୋର୍ଟ, ରୂପକ ମହାନ୍ତି), ବ୍ରହ୍ମପୁର : ଆଜି ଗୁରୁବାର ବିଶ୍ୱହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଗୋ ବଂଶର ରକ୍ଷା ନିମନ୍ତେ ଉପଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l କିଛି ଦିନ ହେବ ଓଡିଶାରେ ଗୋ ମାଫିଆ ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି, ଗୋ ମାଫିଆ ମାନେ ଗୋ ମାତା ଙ୍କୁ ବଡ ବଡ ଟ୍ରକ୍, ପିକଅପ୍ ଗାଡି ମାଧ୍ୟମ ରେ ଗାଈ ମାନଙ୍କୁ ଦୟନୀୟ ଅବସ୍ତାରେ ଆଇନ୍ ଆଖିରେ ଧୂଳି ଦେଇ ଅନ୍ୟ ରାଜାୟ କୁ ଚାଲାଣ କରୁଛନ୍ତି l ଏହା ସହିତ ଗୋ ରକ୍ଷକ ମାନଙ୍କୁ ହତ୍ୟା ଧମକ ମିଳିବା ସହ ମିଥ୍ୟା କସ୍ ରେ ଛନ୍ଦି ଦିଆଯାଉଛି l ରାଜ୍ଯ ରେ ଗୋ ହତ୍ୟା ସମ୍ପୁର୍ଣ୍ଣ ବନ୍ଦ କରିବା, ଗୋ ରକ୍ଷକ ମାନଙ୍କ ଉପରେ ଲାଗିଥିବା ଲାଗିଥିବା ମିଥ୍ୟା ମିଥ୍ୟା କସ୍ କୁ ବନ୍ଦ କରିବା, ଗୋ ତସ୍କର ମାନଙ୍କୁ ଚିହ୍ନିଟ କରି ଆଇନ୍ ଅନୁସାରେ ଦଣ୍ଡିତ କିରିବା l ଏହି ସବୁ ବିଷୟକୁ ଅନୁଧ୍ୟାନ କରି ଓଡ଼ିଶା ବଜରଙ୍ଗ ଦଳ ତରଫରୁ ଉପଜିଲ୍ଲାପାଳ ଙ୍କ ଜରିଆରେ ରାଜ୍ଯପାଳ ଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା l