



ପ୍ରତିପାଳନ ଯତ୍ନ ଶିଶୁ ହସ୍ତାନ୍ତର ଉତ୍ସବ –
ସୁରକ୍ଷିତ ଓ ବ୍ୟବସ୍ଥିତ ଭାବେ ବଂଚିବା ପ୍ରତ୍ୟେକ ଶିଶୁଙ୍କ ଜନ୍ମଗତ ଅଧିକାର – ଜିଲ୍ଲପାଳ, ସୁବର୍ଣ୍ଣପୁର.
ଜେ ବି ଏନ, ୦୯/୦୪ /୨୦୨୧, (ରିପୋର୍ଟ, ସୁଦାମ ଚରଣ ସାହୁ, ୱେଷ୍ଟର୍ଣ୍ଣ ଓଡିଶା ବ୍ୟୁରୋ), ସୁବର୍ଣ୍ଣପୁର, -ଆଜି ସୁବର୍ଣ୍ଣପୁର ଜିଲ୍ଲପାଳ ଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ପ୍ରତିପାଳନ ଯତ୍ନ ଶିଶୁ ହସ୍ତାନ୍ତର ଉତ୍ସବ କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମର ଆରମ୍ଭରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ ପାୱାର ପଏଣ୍ଟ ପ୍ରେଜେଣ୍ଟେସନ ମାଧ୍ୟମରେ ପ୍ରତିପାଳନ ଯତ୍ନ ଓ ଏଥି ସମ୍ୱନ୍ଧୀୟ ବ୍ୟବସ୍ଥା ସମ୍ପର୍କରେ ଉପସ୍ଥାପନା କରିଥିଲେ l ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ମୋନିଷl ବାନାର୍ଜୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଶିଶୁଙ୍କ ସାମଗ୍ରିକ ବିକାଶ ଓ ସୁବ୍ୟବସ୍ଥିତ ଜୀବନ ଗଠନରେ ଏକ ପରିବାରର ଦାଇତ୍ୱ ଓ କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ, ସେ କହିଲେ ଯେ ସୁରକ୍ଷିତ ଓ ବ୍ୟବସ୍ଥିତ ଭାବେ ବଂଚିବା ପ୍ରତ୍ୟକ ଶିଶୁଙ୍କ ଜନ୍ମଗତ ଅଧିକାର ଓ ଏଥିରୁ କୌଣସି ଶିଶୁ ବଞ୍ଚିତ ହେବା ଉଚିତ ନୁହେଁ l ଏହି ଅବସରରେ ଦୁଇଜଣ ଶିଶୁ ଙ୍କୁ ଯଥା ଲକ୍ଷ୍ମଣ ଭୋଇ, ବୟସ 13 ବର୍ଷ ଓ ମାନସୀ ବରିହା ବୟସ 6 ବର୍ଷ ଶିଶୁ ଦ୍ବୟ ଙ୍କୁ ସୁବର୍ଣ୍ଣପୁର ର ଶ୍ରୀମତୀ ନୀଳିମା ପଟନାୟକ ନିଜର ପରିବାରକୁ ଆପଣେଇ ଥିବାରୁ ଜିଲ୍ଲାପାଳ ଶ୍ରୀମତୀ ବାନାର୍ଜୀ ସେମାନଙ୍କୁ ଗଭୀର କୃତଜ୍ଞତା ଜଣାଇବା ସହ ଶିଶୁଦ୍ବୟଙ୍କର ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି l ଆହୁରି ଏମିତି ପରିବାର ପ୍ରତିପାଳନ ଯତ୍ନ ଆବଶ୍ୟକ କରୁଥିବା ଶିଶୁଙ୍କୁ ଆପଣେଇ ପାରିବେ ବୋଲି କହିଥିଲେ l ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ଦାଶ, ଅତିରିକ୍ତ ଜିଲ୍ଲାପାଳ, ସୁବର୍ଣ୍ଣପୁର, ଶ୍ରୀଯୁକ୍ତ ଉତ୍କଳ କେଶରୀ ଦାଶ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଶିଶୁ ମଙ୍ଗଳ କମିଟି ଅଧକ୍ଷ ହିମାଂଶୁ ନାଏକ, ପ୍ରୋଗ୍ରାମ ଅଧିକାରୀ ଶ୍ରୀମତୀ ଅନିତା ଗୁରୁ, ଚାଇଲଡ ଲାଇନ ନିର୍ଦେଶକ ଅନଙ୍ଗ ନେଗୀ, ପ୍ରମୁଖ ସମ୍ମାନିତ ଅତିଥି ନିଜ ନିଜର ମତବ୍ୟକ୍ତ କରିଥିଲେ l ଡି ସି ପି ଓ ସଭା ପରିଚାଳନା କରିଥିବାବେଳେ ବିଜୟ ବିଶ୍ୱାଳ ଧନ୍ୟବାଦ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଶିଶୁ ଯତ୍ନଅନୁଷ୍ଠାନ, ସ୍ଵଧାର, ଉଜ୍ବଳl, ସଖି, ତଥା ବିଭିନ୍ନ ବେସରକାରୀ ଅନୁଷ୍ଠାନ ର ସଦସ୍ୟ ଅଂଶ ଗ୍ରହଣ କରିଥିଲେ l କାର୍ଯ୍ୟକ୍ରମ କୁ ରାକେଶ ପ୍ରଧାନ, ରୁଦ୍ର ପ୍ରସନ୍ନ ମିଶ୍ର, ଥବିର କଳସାଏ, ସ୍ୱାଗତ ରାଜ ମିଶ୍ର, ବିଶେଶ୍ୱର ହୋତା, କେଶବ ଚନ୍ଦ୍ର ମେହେର, ଚଉବନ ସେଠୀ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l