କରୋନା ନିୟନ୍ତ୍ରଣ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମକୁ ଜୋରଦାର କରାଯିବ – ଜିଲ୍ଲାପାଳ ତାଳଚେର ଓ ପାଲଲହଡା ଉପଖଣ୍ଡର ଅନୁଗୋଳ 

କରୋନା ନିୟନ୍ତ୍ରଣ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମକୁ ଜୋରଦାର କରାଯିବ – ଜିଲ୍ଲାପାଳ ତାଳଚେର ଓ ପାଲଲହଡା ଉପଖଣ୍ଡର ଅନୁଗୋଳ 

ଜେ. ବି. ଏନ୍ (୦୯/୦୪ /୨୦୨୧), ରିପୋର୍ଟ, ସୁଶୀଲ କୁମାର ଆଇଚ), ଅନୁଗୋଳ : ଅନୁଗୁଳ :କରୋନାର ଦ୍ବିତୀୟ ଲହରିକୁ ନିୟନ୍ତ୍ରଣ କରିବା ପାଇଁ ଆଶୁ ପଦକ୍ଷେପ ସମ୍ପର୍କିତ ଏକ ବୈଠକ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ସଭାପତିତ୍ୱରେ ଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । କରୋନାର ଦ୍ବିତୀୟ ଲହରୀର ବ୍ୟାପକତାକୁ ଦୃଷ୍ଟିରେ ରଖି ଆସନ୍ତା ୧୫ – ୨୦ଦିନ ବେଶ୍ ଗୁରୁତ୍ବପୂର୍ଣ୍ଣ । ଏହାକୁ ଆଖି ଆଗରେ ରଖି କରୋନା କଟକଣା ଓ ଏନଫୋରସମେଣ୍ଟ କାର୍ଯ୍ୟକୁ ଜିଲ୍ଲା ତମାମ୍ ଜୋର ଦାର କରିବା ପାଇଁ ଜିଲ୍ଲାପାଳ ଅଧୁକାରୀମାନଂକୁ ପରାମର୍ଶ ଦେଇଛନ୍ତି । କରୋନା ପ୍ରଥମ ଲହରୀ ସମୟରେ ଜନସାଧାରଣ ଯେଉଁ ସତର୍କତା ଅବଲମ୍ବନ କରୁଥୁଲେ ବର୍ତ୍ତମାନ ମଧ୍ୟ ସେହିପରି ସତର୍କତା ଅବଲମ୍ବନ କରିବାକୁ ପଡିବ , ନଚେତ୍ ପରବର୍ତ୍ତୀ ସମୟରେ ଏହି ସଂକ୍ରମଣ ଜଟିଳ ରୂପ ଧାରଣ କରିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । କରୋନା ପରିଚାଳନା ଦାୟିତ୍ବ ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ ) ଶ୍ରୀ ତପନ କୁମାର ଶତପଥୀଙ୍କ ଉପରେ ନ୍ୟସ୍ତ କରାଯାଇଥିବାବେଳେ , ଅନୁଗୋଳ ଓ ଆଠମଲ୍ଲିକ ଉପଖଣ୍ଡର ଦାୟିତ୍ବ ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ ) ଶ୍ରୀ ସନ୍ତୋଷ କୁମାର ପ୍ରଧାନଙ୍କ ଉପରେ ନ୍ୟସ୍ତ କରାଯାଇଛି । ଜିଲ୍ଲାର ଜନଗହଳିପୂର୍ଣ୍ଣ ସ୍ଥାନ ହାଟ , ଶିଳ୍ପାନୁଷ୍ଠାନ ମାନଙ୍କରେ ସାମାଜିକ ଦୂରତ୍ବ ଓ ମାସ୍କ ପରିଧାନକୁ କଡାକଡି ପାଳନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାରେ ଥିବା ଶିଳ୍ପାନୁଷ୍ଠାନ ମାନଙ୍କ ନିୟମିତ ପରିଦର୍ଶନ ଯାଇ କରୋନା ନିୟମାବଳୀକୁ ଅନୁପାଳନ କରୁଛନ୍ତି କି ନାହିଁ ସେ କଥା ଯାଞ୍ଚ କରିବା ସହିତ ଆବଶ୍ୟକ ସ୍ଥଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପରାମର୍ଶ ଦିଆଯାଇଛି । କରୋନା ଚିହ୍ନଟ ପରିକ୍ଷଣ ଯେତେ ଅଧିକ ହୋଇପାରିବ ସେଥିପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଉପରେ ଜିଲ୍ଲାପାଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡା.ଅଭୟ କୁମାର ଦାଶଙ୍କୁ ପରାମର୍ଶ ଦେଇଛନ୍ତି । ଜିଲ୍ଲାରେ ଆନେସ୍ନେସିଆ ଡାକ୍ତରଙ୍କ ଆବଶ୍ୟକତା ରହିଛି ଏ ସମ୍ପର୍କରେ ଭୁବନେଶ୍ବର ସ୍ଥିତ ଉଚ୍ଚ ପଦାଧିକାରୀଙ୍କ ସହିତ ଆଲୋଚନା କରି ସମସ୍ୟାର ସମାଧାନ କରିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀକୁ ପରାମର୍ଶ ଦେଇଛନ୍ତି । ଛେଣ୍ଡିପଦା ଓ ବଅଁରପାଳ ଅଞ୍ଚଳରେ କରୋନାର ପଜିଟିଭଙ୍କ ସଂଖ୍ୟା ବଢୁଥିବାର ଲକ୍ଷ୍ୟ କରାଯାଉଛି । ଏହାକୁ ଦୃଷ୍ଟିରେ ରଖ୍ ଜିଲ୍ଲା ତମାମ୍ କରୋନା ଚିହ୍ନଟ ପରିକ୍ଷଣକୁ ଅଧୁକ କ୍ରିୟାଶୀଳ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । କରୋନା ଟୀକା ନେବା ପରେ କରୋନା ନୀତି ନିୟମତଥା

ଉପଯୁକ୍ତ ଭାବରେ ମାସ୍କ ପରିଧାନ ଓ ସାମାଜିକ ଦୂରତା ଅବଲମ୍ବନକୁ ଅବମାନନା କଲେ ପରବର୍ତ୍ତୀ ସମୟରେ ସଂକ୍ରମଣ ଅଧିକ ହେବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । କରୋନା ସଚେତନତା ପୁସ୍ତିକା ଯେଉଁଠାରେ ପହଂଚି ନାହିଁ ସେହି ବ୍ଳକକୁ ତୁରନ୍ତ ପଠାଇବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା ଚିକିତ୍ସାଳୟ କରୋନା ୱାର୍ଡକୁ ଅଧିକ ସଶକ୍ତ କରିବା ସହିତ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ସ୍ଵତନ୍ତ୍ର ଚିକିତ୍ସାଳୟ ଆବଶ୍ୟକତା ପଡିପାରେ ସେଥିପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଦିଲ୍ଲିପ କୁମାର ସାହୁ , ଅନୁଗୋଳ ଉପଜିଲ୍ଲାପାଳ ଶ୍ରୀ ବାସୁଦେବ ଶତପଥୀଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ଉପସ୍ଥିତ ଥିଲେ ।

Recent Post

Live Cricket Update