ନୂତନ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ଦାୟିତ୍ବ ଗ୍ରହଣ 
ଜେ. ବି. ଏନ୍ (୦୯/୦୪ /୨୦୨୧), ରିପୋର୍ଟ, ସୁଶୀଲ କୁମାର ଆଇଚ, ଅନୁଗୋଳ : ଦୀର୍ଘ ୪ ମାସରୁ ଉର୍ଦ୍ଧ ସମୟ ଧରି ଖାଲିଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପଦବୀରେ ଆଜି ଶ୍ରୀ ଦୁଃଖବନ୍ଧୁ ମାଝି ଯୋଗଦାନ କରିଛନ୍ତି । ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ଗଣମାଧ୍ୟମ ଜରିଆରେ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାର ଗୁରୁଦାୟିତ୍ଵକୁ ସୂଚାରୁରୂପେ ସମ୍ପାଦନ କରିବେ ବୋଲି ସେ ପ୍ରକାଶ କରିଛନ୍ତି । ପୂର୍ବରୁ ସେ ୫ବର୍ଷରୁ ଉର୍ଦ୍ଧ ପାଳଲହଡା ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ସୂଚାରୁରୂପେ ଦାୟିତ୍ୱ ସମ୍ପାଦନ କରିଆସିଛନ୍ତି । ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ସୌରଭ ପ୍ରଧାନ ଙ୍କ ଠାରୁ ସେ ଦାୟିତ୍ବ ଗ୍ରହଣ କରିଛନ୍ତି । ବିଭିନ୍ନ ସୂଚନା ପାଇଁ ଶ୍ରୀ ମାଝିଙ୍କ ମୋବାଇଲ ନମ୍ବର ୯୯୩୭୨୩୫୯୯୫ ରେ ଯୋଗାଯୋଗ କରାଯାଇପାରିବ ।