



‘ଆର୍ଏସ୍ଏସ୍’ ମୁଖ୍ୟ ମୋହନ ଭାଗବତ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ: ଡାକ୍ତରଖାନାରେ ଭର୍ତ୍ତି ହେଲେ
ଜେ ବି ଏନ, ୧୦/୦୪ /୨୦୨୧, ନାଗପୁର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମୁଖ୍ୟ ମୋହନ ଭାଗବତ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହେବା ପରେ ନାଗପୁରର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏ ନେଇ ଶୁକ୍ରବାର ଦିନ ‘ଆର୍ଏସ୍ଏସ୍’ ଟୁଇଟ୍ କରି କହିଛି।
ସୂଚନାଯୋଗ୍ୟ, ମାର୍ଚ ୭ ତାରିଖ ଦିନ ମୋହନ ଭାଗବତ କୋଭିଡ୍-୧୯ ଟିକା ନେଇଥିଲେ। ସେ ଦିନ ତାଙ୍କ ସହ ‘ଆର୍ଏସ୍ଏସ୍’ର ସାଧାରଣ ସମ୍ପାଦକ ସୁରେଶ ଭୟାଜୀ ଯୋଶୀ ମଧ୍ୟ ନାଗପୁରସ୍ଥିତ ‘ନ୍ୟାସ୍ନାଲ୍ କ୍ୟାନ୍ସର୍ ଇନ୍ଷ୍ଟିଚ୍ୟୁଟ୍’ରେ କରୋନାଭାଇରସ୍ ନିରୋଧୀ ଟିକାର ପ୍ରଥମ ଡୋଜ୍ ନେଇଥିଲେ।