



ରେଞ୍ଜର ଭୁଲିଗଲେ ଫାଇଭ ଟି : ସାଧାରଣ ଲୋକ ଓ ସାମ୍ବାଦିକ ଦେଖି ବିରକ୍ତ ପ୍ରକାଶ
ଜେ ବି ଏନ, ୧୦/୦୪ /୨୦୨୧, (ରିପୋର୍ଟ, ସୁଦାମ ଚରଣ ସାହୁ, ୱେଷ୍ଟର୍ଣ୍ଣ ଓଡିଶା ବ୍ୟୁରୋ),ବୌଦ୍ଧ : ବୌଦ୍ଧ ଜିଲ୍ଲା ଲବନାଞ୍ଚଳ ଅଧିକାରୀ ଙ୍କ ଅଧିନରେ ଥିବା ବୌଦ୍ଧ ରେଞ୍ଜ ଅଫିସରର ପ୍ରଦୀପ ବେହେରା ବେହେରା ଙ୍କ କାର୍ଯ୍ୟ କଲାପ ବ୍ୟବହାର କୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖିବାକୁ ମିଳିଛି | ବିଶ୍ଵସ୍ତ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଶୀଯୁକ୍ତ ବେହେରା ମନମୁଖ୍ରୀ ଶାସନ ଚଳାଇବା ସହିତ କୌଣସି ଲୋକ ଅଭିଯୋଗ କରିବାକୁ ଆସିଲେ ବା ସାମ୍ବାଦିକ ମାନେଦେଖା କରିବାକୁ ଆସିଲେ ରେଞ୍ଜର ମହାଶୟ ବିରକ୍ତ ଭାବ ପ୍ରକାଶ କରିବା ସହିତ ଘଣ୍ଟା ଘଣ୍ଟା ଅପେକ୍ଷା କରି ହଇରାଣ କରୁଥିବାର ଅଭିଯୋଗ ହେଉଛି ଏଣୁ ରେଞ୍ଜର ଙ୍କ ଏପରି ବ୍ୟବହାରକୁ ଅନେକ ବୁଦ୍ଧିଜୀବି ମହଲରେ ଅସୋନ୍ତୋଷ ପରିଲକ୍ଷିତ ହେଉଥିବାର ଦେଖିବାକୁ ମିଳିଛି । ଏଣୁ ରେଞ୍ଜର ମହାଶୟ ପ୍ରଦୀପ ବେହେରା ସରକାରଙ୍କ ଫାଇପ୍ ଟି ଯୋଜନା ଭୁଲି ଯାଇଥିବାର ସାଧାରଣରେ ଅଭିଯୋଗ ହେଉଚି ଏଣୁ ବିଭାଗିୟ ଅଧିକାରି ତୁରନ୍ତ ଦୃଷ୍ଟି ଦେବା ପାଇଁ ଜନ ସାଧାରଣରେ ଦାବୀ ହେଉଛିି l