ଆଜି ଅନୁଗୋଳ ଜିଲ୍ଲାରୁ ୨୫ ଜଣ କରୋନା ପଜିଟିଭ ଚିହ୍ନଟ – ପଜିଟିଭ ସଂଖ୍ୟା ୧୨୭୨୦ରେ ପହଞ୍ଚିଲା – ସୁସ୍ଥ ହେଲେ ୨୨ ଜଣ

ଆଜି ଅନୁଗୋଳ ଜିଲ୍ଲାରୁ ୨୫ ଜଣ କରୋନା ପଜିଟିଭ ଚିହ୍ନଟ – ପଜିଟିଭ ସଂଖ୍ୟା ୧୨୭୨୦ରେ ପହଞ୍ଚିଲା – ସୁସ୍ଥ ହେଲେ ୨୨ ଜଣ 

ଜେ. ବି. ଏନ୍, ରିପୋର୍ଟ, ସୁଶୀଲ କୁମାର ଆଇଚ, (୧୦/୦୪/୨୦୨୧) ଅନୁଗୋଳ :ଆଜି ଅନୁଗୋଳ ଜିଲ୍ଲାରେ ୨୫ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଜଣାପଡିଛି । ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୋଳରେ ସ୍ବାବ ନମୁନା ଦେଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ ଆକ୍ରାନ୍ତ ସଂଖ୍ୟା ୨୫୬ ରେ ପହଞ୍ଚିଛି । ଅନୁଗୋଳ ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମାନଙ୍କ ମଧ୍ୟରେ ଛେଣ୍ଡିପଦା ବ୍ଳକ ଅଞ୍ଚଳରୁ ୭ଜଣ ( ୭ଜଣ ପୁରୁଷ ) , ବଅଁରପାଳ ବ୍ଲକ ଅଞ୍ଚଳରୁ ୫ଜଣ ( ୪ ଜଣ ପୁରୁଷ ଓ ୧ଜଣ ମହିଳା ) , ଅନୁଗୋଳ ପୌରାଞ୍ଚଳରୁ ୪ଜଣ ( ୪ଜଣ ପୁରୁଷ ) , ତାଳଚେର ପୌରାଞ୍ଚଳରୁ ୪ଜଣ ( ୪ଜଣ ପୁରୁଷ ) , ତାଳଚେର ବ୍ଲକ ଅଞ୍ଚଳରୁ ୧ଜଣ ( ୧ଜଣ ମହିଳା ) , ଅନୁଗୋଳ ବ୍ଲକ ଅଞ୍ଚଳରୁ ୧ଜଣ ( ୧ଜଣ ପୁରୁଷ ) , କଣିହାଁ ବ୍ଳକ ଅଞ୍ଚଳରୁ ୧ଜଣ ( ୧ଜଣ ପୁରୁଷ ) , ଆଠମଲ୍ଲିକ ବ୍ଲକ ଅଞ୍ଚଳରୁ ୧ଜଣ ( ୧ ଜଣ ପୁରୁଷ ) ଓ କିଶୋରନଗର ବ୍ଲକ ଅଞ୍ଚଳରୁ ୧ ଜଣ ( ୧ ଜଣ ମହିଳା ) ଅଛନ୍ତି । ଚିହ୍ନଟ ହୋଇଥିବା ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତ ମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୋନା ୱାର୍ଡକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ଵଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତ ମାନଙ୍କୁ ନିଜ ଘରେ ଆଇସୋଲେସନ୍ ରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି ସାମାଜିକ ଦୂରତା ଅବଲମ୍ବନ କରିବା ସହିତ ସଠିକ୍ ଭାବରେ ମାସ୍କ ପରିଧାନ କରିବା ପାଇଁ ଜିଲ୍ଲାପାଳ ଜିଲ୍ଲା ବାସୀଙ୍କୁ ଅନୁରୋଧ କରିଛନ୍ତି । ଆଜି ଅନୁଗୋଳ ଜିଲ୍ଲାରୁ ସୁସ୍ଥ ହୋଇଥିବା ୨୨ଜଣ ହୋମ ଆଇସୋଲେସନ୍ ରେ ଥିବାର ଜଣାପଡିଛି ।

Recent Post

Live Cricket Update