ଜାଗ୍ରତ ଭାରତ ନ୍ୟୁଜ ର ତୃତୀୟ ବାର୍ଷିକ ଉତ୍ସବ : ମୁଖ୍ୟ ଅତିଥି ଭାବେ ଯୋଗଦେଲେ ଉପ ବାଚସ୍ପତି

ଜାଗ୍ରତ ଭାରତ ନ୍ୟୁଜ ର ତୃତୀୟ ବାର୍ଷିକ ଉତ୍ସବ : ମୁଖ୍ୟ ଅତିଥି ଭାବେ ଯୋଗଦେଲେ ଉପ ବାଚସ୍ପତି

ଜେ ବି ଏନ, ୧୧/୦୪/୨୦୨୧, (ରିପୋର୍ଟ
, ସୁଶୀଲ କୁମାର ଆଇଚ), ଅନୁଗୋଳ : ଆଜି ତା ୧୧/୦୪/୨୦୨୧, ଅନୁଗୋଳ କଳା କେନ୍ଦ୍ର ବୈଠକ ଗୃହରେ ୱେବ୍ ମିଡିଆ ଓ ୟୁଟ୍ୟୁବ ଚ୍ୟାନେଲ ଜେ ବି ଏନ ଜାଗ୍ରତ ଭାରତ ନ୍ୟୁଜ ର ତୃତୀୟ ବାର୍ଷିକ ଉତ୍ସବ ସମାରୋହ କରୋନା କଟକଣା ନିୟମ ପାଳନ ସହ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶା ବିଧାନସଭା ଉପ ବାଚସ୍ପତି ଶ୍ରୀ ରଜନୀ କାନ୍ତ ସିଂହ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ l କାର୍ଯ୍ୟକ୍ରମ ପ୍ରାରମ୍ଭରେ ମୁଖ୍ୟ ଅତିଥି ଙ୍କୁ ପୁଷ୍ପ ଗୁଚ୍ଛ, ଉତ୍ତରୀୟ ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା l ସେହିପରି ସମ୍ମାନିତ ଅତିଥି ଭାବେ ଅନୁଗୋଳ ସରକାରୀ ଓକିଲ ଶ୍ରୀ ପରମାନନ୍ଦ ମିଶ୍ର, ବରିଷ୍ଠ ସମ୍ବାଦିକ ଶ୍ରୀ ଅନିଲ କୁମାର ପ୍ରଧାନ ଙ୍କୁ ପୁଷ୍ପ ଗୁଚ୍ଛ, ଉତ୍ତରୀୟ ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା l ପରେପରେ ଅତିଥି ବୃନ୍ଦଙ୍କ ମଧ୍ୟରେ ବୀଜୟ କୁମାର ସ୍ଵାଇଁ(ବରିଷ୍ଠ ସାମ୍ବାଦିକ), ବଅଁରପାଳ ସମ୍ବାଦିକ ସଂଘ ସଭାପତି ଅଖିଳ କୁମାର ମହାପାତ୍ର, ପୂର୍ବତନ ଟିଭି ଓ ଚଲଚ୍ଚିତ୍ର ପ୍ରଯୋଜକ ଦାମୋଦର ଆଇଚ, ମୁଖ୍ୟ ସମ୍ପାଦକ ସୁଶୀଲ କୁମାର ଆଇଚ, ସମ୍ପାଦକ ସୁଶାନ୍ତ କୁମାର ସାମଲ, ଆନ୍ତର୍ଜାତୀୟ ମାନବାଧିକାର ସଭାପତି ରୁଦ୍ର ମୋହନ ସାହୁ, ସମାଜସେବୀ ଅଟଳ ବିହାରୀ ନାଏକ ଙ୍କୁ ସମ୍ମାନିତ କରାଯାଇଥିଲା l କାର୍ଯ୍ୟକ୍ରମ ପ୍ରାରମ୍ଭରେ ସମ୍ବାଦିକ ବିଜୟ କୁମାର ସ୍ୱାଇଁ ସମ୍ବାଦିକ ମାନଙ୍କ ମନୋବଳ ବୃଦ୍ଧି କରି ସେମାନଙ୍କୁ ଉପଦେଶ ପ୍ରଦାନ କରିଥିଲେ l ସେହିପରି ଅନ୍ୟାନ୍ୟ ସମ୍ବାଦିକ ମାନେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ l ଶ୍ରୀ ପରମାନନ୍ଦ ମିଶ୍ର ନିଜ ବକ୍ତବ୍ୟରେ ଜାଗ୍ରତ ଭାରତ ନ୍ୟୁଜ ର ନାମକୁ ସାର୍ଥକ କରି ଆଗକୁ ସାରା ଭାରତକୁ ନିଜ ଖବର ମାଧ୍ୟମରେ ଜାଗ୍ରତ କରିବାକୁ କହିଥିଲେ l ସମ୍ବାଦିକ ଶ୍ରୀ ଅନିଲ କୁମାର ପ୍ରଧାନ ନ୍ୟୁଜ୍ ର ମାନ ବୃଦ୍ଧି କରିବା ଉପରେ ଗୁରୁତ୍ଵାରୋପ କରିଥିଲେ l ପରିଶେଷରେ ମୁଖ୍ୟ ଅତିଥି ଶ୍ରୀ ସିଂହ ନିଜ ବକ୍ତବ୍ୟ ରେ ଜାଗ୍ରତ ଭାରତ ନ୍ୟୁଜ କୁ ବିଜୁଳି ବେଗ ସହ ତୁଳନା କରି ପ୍ରସଂଶା କରିଥିଲେ l ଆଜିର କମ୍ପିଟିସନ୍ ଯୁଗରେ ନିଜର ଭିୱର୍ସ ବଢ଼ାଇ ଖବର ଦୁନିଆରେ ନିଜର ସ୍ଥିତିକୁ ମଜବୁତ୍ କରିବା ପାଇଁ ପରାମର୍ଶ ଦେଇଥିଲେ l ସେହିପରି ଅନୁଗୋଳ ଜିଲ୍ଲାର ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଅନୁଗୋଳ ପ୍ରତିନିଧି ଚୈତନ୍ୟ ସାହୁ ଙ୍କୁ ଅନୁଗୋଳ ଜିଲ୍ଲା ଚିକିତ୍ସାଳୟ କୁ ଦିନକୁ ଦୁଇଥର ଯିବାକୁ କହିଥିଲେ l ପ୍ରତ୍ୟେକ ଖବର ର ସମାଧାନ ପାଇଁ ଖବରଟି ଲୋକ ଲୋଚନକୁ ଆସୁ ବୋଲି ମୁଖ୍ୟ ଅତିଥି କହିଥିଲେ l ଏହି କାର୍ଯ୍ୟକ୍ରମରେ ଉଦ୍ଘୋଷକ ମାନସ କୁମାର ଦାସ ରହିଥିବା ବେଳେ ମୁଖ୍ୟ ସମ୍ପାଦକ ସୁଶିଲ କୁମାର ଆଇଚ ସଭାପତିତ୍ଵ କରିଥିଲେ l କାର୍ଯ୍ୟକ୍ରମ ଶେଷରେ ସଭାପତି  ଜାଗ୍ରତ ଭାରତ ନ୍ୟୁଜ ପରିବାରକୁ ଓ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ l

Recent Post

Live Cricket Update