



ହାତୀ ଆକ୍ରମଣରେ ଜଣେ ଗୁରୁତର ହୋଇ ଚିକିତ୍ସାଧିନ ଅବସ୍ଥାରେ ମୃତ
ଜେ ବି ଏନ, ୧୨/୦୪/୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ମହାପାତ୍ର), ଢେଙ୍କାନାଳ : ହିନ୍ଦୋଳ ବନାଞ୍ଚଳ ବାବନ୍ଧ ବନଖଣ୍ଡ ଅନ୍ତର୍ଗତ ପଟାଳୁ ଗ୍ରାମ ନିକଟସ୍ଥ ଜଙ୍ଗଲ ରାସ୍ତାରେ ମାୟାଧର ସ୍ୱାଇଁ ନାମକ ଜଣେ ଗୁଡ଼ ବ୍ୟବସାୟି ବାବନ୍ଧ ରୁ ସଂଧ୍ୟାରେ ପଟାଳୁ ଗ୍ରାମ କୁ ଫେରିବା ସମୟରେ ଦନ୍ତାହାତୀ ହାବୁଡ଼ରେ ପଡ଼ିବାରୁ ଶୁଣ୍ଢ ରେ ପିଟିଦେବା ଫଳରେ ଜଙ୍ଘ ଠାରୁ ଗୋଡ଼ ଟି ଛିଣ୍ଡି ପଡ଼ିଥିଲା।ଚେତାଶୂନ୍ୟ ହୋଇ ପଡ଼ି ପୁଣି ସଂଘ୍ୟା ଫେରିବାରେ ବାବନ୍ଧ ବନ ବିଭାଗ କର୍ମଚାରୀ ମାନେ ପହଂଚି ଆମ୍ବୁଲାନ୍ସ ଡକାଇ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନା କୁ ଚିକିସ୍ଛା ପାଈଁ ପଠାଇଥିଲେ।ଚିକିସ୍ଛା ଅବସ୍ଥାରେ ତାର ମୃତ୍ୟୁ ହୋଇଛି।ଆଜି ସକାଳେ ହିନ୍ଦୋଳ ରେଞ୍ଜ ଅଫିସର ଲୋହିତ କୁମାର ରଥ ମୃତକ ଙ୍କର ପରିବାରକୁ ଭେଟି ସରକାରୀ ଆର୍ଥିକ ସହାୟତା ପାଈଁ ଆବଶ୍ୟକିୟ ତଥ୍ୟ ସଂଗ୍ରହ କରି ଫେରିଛନ୍ତି।ଜଙ୍ଗଲୀ ହାତୀ ମାନଂକ ଆକ୍ରମଣ ରେ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରୁ ସ୍ଥାୟୀ ପ୍ରତିକାର ପାଈଁ ସଧାରଣ ରେ ଦୃଢ ଦାବୀ ହେଉଛି।