ଆଜି ଅନୁଗୋଳ ଜିଲ୍ଲାରୁ ୩୩ ଜଣ କରୋନା ପଜିଟିଭ ଚିହ୍ନଟ – ପଜିଟିଭ ସଂଖ୍ୟା ୧୨୭୮୯ରେ ପହଞ୍ଚିଲା – ସୁସ୍ଥ ହେଲେ ୩ ଜଣ 

ଆଜି ଅନୁଗୋଳ ଜିଲ୍ଲାରୁ ୩୩ ଜଣ କରୋନା ପଜିଟିଭ ଚିହ୍ନଟ – ପଜିଟିଭ ସଂଖ୍ୟା ୧୨୭୮୯ରେ ପହଞ୍ଚିଲା – ସୁସ୍ଥ ହେଲେ ୩ ଜଣ 

 

 

ଜେ ବି ଏନ, ଅନୁଗୋଳ , ତା.୦୨.୦୪. ୨୦୨୧, – ଆଜି ଅନୁଗୋଳ ଜିଲ୍ଲାରେ ୩୩ ଜଣ ନୂଆ କଲୋନା ପଜିଟିଭ ଚିହ୍ନଟ ହୋଇଥିବାର ଜଣାପଡିଛି । ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୋଳରେ ସ୍ବାବ ନମୁନା ଦେଇଥିବା ବ୍ୟକ୍ତିମାନଂକ ମଧ୍ୟରୁ ୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୫୭ ରେ ପହଂଚିଛି । ଅନୁଗୋଳ ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନଂକ ମଧ୍ୟରେ ବଅଁରପାଳ ବ୍ଳକ୍ ଅଂଚଳରୁ ୧୫ଜଣ ( ୮ଜଣ ପୁରୁଷ ଓ ୭ଜଣ ମହିଳା ) , ଅନୁଗୋଳ ପୌରାଞ୍ଚଳରୁ ୮ଜଣ ( ୭ ଜଣ ପୁରୁଷ ଓ ୧ଜଣ ମହିଳା ) , କିଶୋରନଗର ବ୍ଲକ୍ ଅଂଚଳରୁ ୩ଜଣ ( ୩ଜଣ ପୁରୁଷ ) , ଛେଣ୍ଡିପଦା ବ୍ଲକ୍ ଅଂଚଳରୁ ୨କଣ ( ୨ଜଣ ପୁରୁଷ ) , ତାଳଚେର ପୌରାଞ୍ଚଳରୁ ୨ଜଣ ( ୨ଜଣ ପୁରୁଷ ) , କଣିହାଁ ବ୍ଳକ୍ ଅଂଚଳରୁ ୧ଜଣ ( ୧ଜଣ ପୁରୁଷ ) , ଅନୁଗୋଳ ବ୍ଳକ୍ ଅଂଚଳରୁ ୧ଜଣ ( ୧ଜଣ ପୁରୁଷ ) ଓ ପାଲଲହଡା ବ୍ଲକ ଅଂଚଳରୁ ୧ଜଣ ( ୧ଜଣ ପୁରୁଷ ) ଅଛନ୍ତି । ଚିହ୍ନଟ ହୋଇଥିବା ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତମାନଂକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୋନା ୱାର୍ଡକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ଵଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତମାକୁ ନିଜ ଘରେ ଆଇସୋଲେସନ୍ ରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି । ଆଜି ଅନୁଗୋଳ ଜିଲ୍ଲାରୁ ସୁସ୍ଥ ହୋଇଥିବା ୩ଜଣ ହୋମ ଆଇସୋଲେଶନରେ ଥିବାର ଜଣାପଡିଛି ।

Recent Post

Live Cricket Update