



ସରିଲା ରାଜ୍ୟ କ୍ୟାବିନେଟ୍ ବୈଠକ
k
ଜେ ବି ଏନ, ରିପୋର୍ଟ, ପ୍ରଦୀପ କୁମାର କାଣ୍ଡି, ଭୁବନେଶ୍ୱର ୧୨।୦୪।୨୦୨୧, : ସରିଲା ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ ୯ଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା କ୍ୟାବିନେଟ୍ ବୈଠକ । ଭିଡିଓ କନ୍ଫେରେନ୍ସିଂ ଜରିଆରେ ବସିଥିଲା ବୈଠକ । ଖବର ଅନୁଯାୟୀ, ଆଜି ବସିଥିବା କ୍ୟାବିନେଟ୍ ବୈଠକରେ ୯ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ସେଗୁଡିକ ହେଉଛି- ଭୁବନେଶ୍ୱରରେ ହେବ ବାଗ୍ଚୀ-ଶଙ୍କର କ୍ୟାନ୍ସର ହସ୍ପିଟାଲ । ଏଥିପାଇଁ ସୁବ୍ରତ ବାଗ୍ଚୀ ଓ ତାଙ୍କ ପତ୍ନୀ ସୁସ୍ମିତା ବାଗ୍ଚୀ ୨୧୦ କୋଟି ଟଙ୍କା ପ୍ରଦାନ କରିବେ । ଏହା ୨୦୨୪ ସୁଦ୍ଧା କାର୍ଯ୍ୟକ୍ଷମ ହେବ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଇନ୍ଫୋସିଟି ଅଞ୍ଚଳରେ ୨୦ଏକର ଜମି ଯୋଗାଇ ଦିଆଯିବ । ସେହିପରି ପାଲିଏଟିଭ୍ କେୟାର ହସ୍ପିଟାଲକୁ ମଧ୍ୟ କ୍ୟାବିନେଟ୍ର ମଞ୍ଜୁରୀ ମିଳିଛି । ଏଥି ପାଇଁ ବି ବାଗ୍ଚୀ ଦମ୍ପତ୍ତି ୧୩୦ କୋଟି ଟଙ୍କାର ସହାୟତା ଦେବେ ।