ବେଗୁନିଆପଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ନେଇ ଭିଡିଓ ଭାଇରାଲ ଘଟଣାରେ ବେଗୁନିଆପଡା ଫାଣ୍ଡି ରେ ଏତଲା ଦାଏର 

ବେଗୁନିଆପଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ନେଇ ଭିଡିଓ ଭାଇରାଲ ଘଟଣାରେ ବେଗୁନିଆପଡା ଫାଣ୍ଡି ରେ ଏତଲା ଦାଏର 

ଜେ ବି ଏନ, ବ୍ରହ୍ମପୁର (ବ୍ୟୁରୋ ରିପୋର୍ଟ୍, ୧୨.୦୪.୨୦୨୧) -: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ତଦନ୍ତ ସମୟରେ ବୟାନ ଓ ମନରେଗା କାର୍ଯ୍ୟ ଠିକା ନେଇଥିବା ବ୍ୟକ୍ତିମାନେ ଦେଇଥିବା ଧମକ ଚମକକୁ ନେଇ ଏବେ ବେଗୁନିଆପଡ଼ା ଫାଣ୍ଡିରେ ଏତଲା ଦେଲେ ଏସ୍. ଛଚିନା ପଞ୍ଚାୟତର ଅଭିଯୋଗକାରୀ ସମିତିସଭ୍ୟାଙ୍କ ସ୍ୱାମୀ ଚରଣ ନାୟକ । ଯାହାର କେସ୍ ନମ୍ବର ୧୩୮/୨୦୨୧ ରହିଛି । ସେ ଏତଲାରେ ଲେଖିଛନ୍ତି ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଦନ୍ତ କରିବା ସମୟରେ ଦୁର୍ନୀତି ବିଷୟରେ କହିବା ବେଳେ ଗାଇଡ ଲାଇନ୍ସ ଅନୁସାରେ କାମ ହେବନି ବୋଲି କହିବା ପରେ ତାଙ୍କ ଗ୍ରାମର ଦୁଇଜଣ ବ୍ୟକ୍ତି ଧମକ ଦେଇଥିବା କଥା ଲେଖିଛନ୍ତି । ଆଉ ତାଙ୍କର ଓ ତାଙ୍କ ପରିବାରର ଜୀବନ ବିପଦରେ ଥିବା ଦର୍ଶାଇ ସୁରକ୍ଷା ଲାଗି ନିବେଦନ କରିଛନ୍ତି । ତେବେ ସବୁ କିଛି ପ୍ରମାଣ ଭାଇରାଲ ହୋଇଥିବା ଭିଡ଼ିଓରେ ରହିଛି ବୋଲି ମଧ୍ୟ ଲେଖିଛନ୍ତି ଚରଣ । ଅନ୍ୟପଟେ ଏହି ଘଟଣାକୁ ନେଇ ଆଉ ଏକ କେସ୍ ୧୩୯/୨୦୨୧ ରେ ଏକ ମାମଲା ରୁଜୁ ହୋଇଥିବା ମଧ୍ୟ ଜଣା ପଡ଼ିଛି ।

Recent Post

Live Cricket Update