ସାଇବର ଠକେଇରେ ତିନି ଜଣ ଗିରଫ ହୋଇ କୋର୍ଟ ଚାଲାଣ 

ସାଇବର ଠକେଇରେ ତିନି ଜଣ ଗିରଫ ହୋଇ କୋର୍ଟ ଚାଲାଣ 

ପୋଲିସଙ୍କ ସହ ତିନି ସାଇବର ଠକେଇ ଅଭିଯୁକ୍ତଙ୍କ ଫଟୋ

 

 

 

ଜେ ବି ଏନ, ୧୨/୦୪/୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ଅନୁଗୋଳ :ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ ବିକ୍ରମପୁର ଥାନା ପକ୍ଷରୁ ତିନି ଜଣ ସାଇବର ଠକେଇ ଙ୍କୁ ପୋଲିସ ପକ୍ଷରୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି l ସୂଚନା ମୁତାବକ ଅନୁଗୋଳ ଜିଲ୍ଲା ବିକ୍ରମପୁର ଥାନାରେ ଏକ ଅଭିଯୋଗ ମୁତାବକ ଫେସବୁକ ରୁ ଅଭିଯୋଗକାରୀ ଏକ ବିଜ୍ଞାପନ ରୁ ଜାଣିବାକୁ ପାଇଥିଲେ ଯେ ଜଣେ କେହି ଆର୍ମି ର ଅଧିକାରୀ କମ୍ ମୂଲ୍ୟରେ ଏକ ବୁଲେଟ୍ ବିକ୍ରି କରୁଛନ୍ତି l ତେବେ ସେ ସେଥିରୁ ବୁଲେଟ ବିକ୍ରେତାଙ୍କ ଏକ ମୋବାଇଲ୍ ନମ୍ବର ପାଇଥିଲେ l ଅଭିଯୋଗକାରୀ ବୁଲେଟ୍ କିଣିବା ପାଇଁ ଫୋନ ମାଧ୍ୟମରେ ପ୍ରସ୍ତାବ ଦେଇଥିଲେ l ତେଣୁ ବିଜ୍ଞାପନ ଦେଇଥିବା ବ୍ୟକ୍ତି ଆର୍ମି ପରିବହନ ଦ୍ଵାରା ଘରେ ବୁଲେଟ୍ ପହଞ୍ଚାଇବାକୁ ପ୍ରତିଶ୍ରୁତି ଦେଇଥିଲେ l ତେଣୁ ଅଭିଯୋଗକାରୀ ତାଙ୍କୁ ବିଜ୍ଞାପନ ରେ ଉଲ୍ଲେଖ ମୂଲ୍ୟ ୫୫ ହଜାର ଫୋନ ମାଧ୍ୟମରେ ପୈଠ କରିଥିଲେ l ମାତ୍ର ସେ ତାଙ୍କ ବୁଲେଟ୍ ନ ପାଇବାରୁ ବିକ୍ରମପୁର ଥାନାରେ ଅଭିଯୋଗ କରିଥିଲେ l ପରେ ବିକ୍ରମପୁର ଥାନା ପକ୍ଷରୁ ତଦନ୍ତ କରି ଓ ମୋବାଇଲ, ବ୍ୟାଙ୍କ ଆକାଉଣ୍ଟ ପ୍ରଭୃତିକୁ ତଦନ୍ତ ମଧ୍ୟକୁ ନେଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ l ସାଇବର ଠକେଇ ଅଭିଯୁକ୍ତ ମାନେ ହେଲା ମୟୁରଭଞ୍ଜ ଜିଲ୍ଲାର ବାରିପଦା ଟାଉନ୍ ର କୃଷ୍ଣଚନ୍ଦ୍ର ବାରିକ (୨୬), ଗଣେଶ କୁମାର ବାରିକ (୨୩), କୃଷ୍ଣ ମୁଖୀ (୩୬) ଓ ଏମାନେ ଏତଦବ୍ୟତୀତ ଅନ୍ୟାନ୍ୟ ଫ୍ରଡରେ ସାମିଲ ରହିଛନ୍ତି l ପୋଲିସ ସେମାନଙ୍କ ନିକଟରୁ ଲାପଟପ, ମୋବାଇଲ ଓ ଗୋଟିଏ ହାର୍ଡ ଡିସ୍କ ଜବତ କରିଛି ଓ ଏକ ତାଳଚେର ଏସଡିଜେଏମ କୋର୍ଟକୁ ଚାଲାଣ କରିଛନ୍ତି l

Recent Post

Live Cricket Update