ଜିଲ୍ଲାର କରୋନା ସ୍ଥିତି ସମ୍ପର୍କରେ ଜିଲ୍ଲାପାଳଙ୍କ ସମୀକ୍ଷା

ଜିଲ୍ଲାର କରୋନା ସ୍ଥିତି ସମ୍ପର୍କରେ ଜିଲ୍ଲାପାଳଙ୍କ ସମୀକ୍ଷା :  ଢେଙ୍କାନାଳ

ଜେ. ବି. ଏନ୍ (୧୨/୦୪/୨୦୨୧) ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାର୍ଯ୍ୟାଳୟ ଓସ୍ତାନ ହଲଠାରେ ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରା ଜିଲ୍ଲାର କରୋନା ସ୍ଥିତି ସମ୍ପର୍କରେ ସମସ୍ତ ଉପ – ଜିଲ୍ଲାପାଳ , ବିଡ଼ିଓ , ତହସିଲଦାର , ନିର୍ବାହୀ ଅଧିକାରୀ ଓ ସିଡିପିଓମାନଙ୍କ ସହିତ ଆଲୋଚନା କରି ସମୀକ୍ଷା କରିଛନ୍ତି । ସମ୍ପ୍ରତି ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ଘଟୁଥିବାରୁ ଏବଂ ଏହି ସଂକ୍ରମଣର ବେଗ ଅଧିକ ଥିବାରୁ ରାଜ୍ୟ ବାହାରୁ କୌଣସି ବ୍ୟକ୍ତି ଆସୁଥଲେ , ସେମାନଙ୍କୁ ଅଙ୍ଗନବାଡି କର୍ମୀ , ଆଶା , ପି.ଆର.ଆଇ ମେମ୍ବର , ୱାର୍ଡ ମେମ୍ବର , ସ୍ଥାନୀୟ ଶିକ୍ଷକ , ସରପଞ୍ଚଙ୍କ ଦ୍ଵାରା ଚିହ୍ନଟ କରାଯାଇ ସେମାନଙ୍କୁ ସାତ ଦିନ ହୋମ କରୋଣ୍ଟାଇନ ରଖାଯିବାର ବ୍ୟବସ୍ଥା କରାଯିବା ସହିତ ସେମାନଙ୍କର ଆରଟି ପିସିଆର ଟେଷ୍ଟ କରାଯିବ । କରୋନା ପଜିଟିଭ ଚିହ୍ନଟ ହେଲେ ସେମାନଙ୍କର ଉପଯୁକ୍ତ ଚିକିତ୍ସା କରାଇବାକୁ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଗ୍ରାମାଞ୍ଚଳରେ ଗାଁ କଲ୍ୟାଣ ସମିତି ଦ୍ବାରା ଲୋକମାନଙ୍କୁ ପ୍ରଚାର ମାଧ୍ୟମରେ ମାସ୍କ ପିନ୍ଧିବା , ସାମାଜିକ ଦୂରତା ରକ୍ଷା କରିବା , ପରିଷ୍କାର ପରିଚ୍ଛନ୍ନତା ଏବଂ ନିଜର ସ୍ଵାସ୍ଥ୍ୟ ରକ୍ଷା ପାଇଁ ଟିକାକରଣ ପ୍ରତି ସଚେତନ କରାଇବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ସର୍ବ ସାଧାରଣ ସ୍ଥାନ , ହାଟ , ବଜାର , ବ୍ୟବସାୟ ପ୍ରତିଷ୍ଠାନ ଆଦିରେ ମାସ୍କ ବ୍ୟବହାର , ସାମାଜିକ ଦୂରତା ଅନୁପାଳନର କଡାକଡି ଯାଞ୍ଚ କରିବାକୁ ବିଭାଗୀୟ ଅକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଥଣ୍ଡା , ଜ୍ଵର , କାଶ ରୋଗରେ ଆକ୍ରାନ୍ତ ଏବଂ କୋମବିଡିଟି ରୋଗୀମାନଙ୍କର ଆରଟି ପିସିଆର ଟେଷ୍ଟ ନିଶ୍ଚିତ ଭାବରେ କରାଇବାକୁ ପରାମର୍ଶ ଦେଇଛନ୍ତି । ବିଭିନ୍ନ ପୂଜା ପାର୍ବଣ ସମୟରେ ପୂଜା କାର୍ଯ୍ୟର ରୀତିନୀତି କରାଯିବ କିନ୍ତୁ କୌଣସି ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ଓ ଜନସମାଗମକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଏଥିପ୍ରତି ବିଶେଷ ଧ୍ୟାନ ଦେବାକୁ ଜିଲ୍ଲାପାଳ ସମସ୍ତ ଉପ ଜିଲ୍ଲାପାଳ , ବିଡିଓ , ତହସିଲଦାର , ନିର୍ବାହୀ ଅଧିକାରୀ , ସିଡ଼ିପିଓମାନଙ୍କୁ ପରାମର୍ଶ ଦେଇଛନ୍ତି । ସମ୍ପ୍ରତି କରୋନାର ଦ୍ବିତୀୟ ଲହରରେ କରୋନା ଅଧିକ ବେଗରେ ସଂକ୍ରମିତ ହେଉଥିବାରୁ କୋଭିଡ କେୟାର ସେଣ୍ଟର ପ୍ରସ୍ତୁତ ରଖିବା ସହିତ ପ୍ରତି ବ୍ଲକରେ କ୍ଲଷ୍ଟର ଟିଏମସି ଖୋଲିବାକୁ ଜିଲ୍ଲାପାଳ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଭିସି ସମୟରେ ଓସାନ ହଲଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶଶାଙ୍କ ଶେଖର ଦାଶ , ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ନରୋତ୍ତମ ବେହେରା , ଉପ ଜିଲ୍ଲାପାଳ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ , ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା , ସୁଜାତା ରାଣୀ ମିଶ୍ର , ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା , ଜ୍ୟୋତିଷ ଚନ୍ଦ୍ର ମହାପାତ୍ର , ଡେପୁଟି କଲେକ୍ଟର ଶ୍ରୀ ସୀତାଂଶୁ ଶେଖର ଦାସ , ଆପତ କାଳୀନ ଅଧିକାରୀ ଶ୍ରୀ ଶଶାଙ୍କ ଶେଖର ମିଶ୍ର , ପୌର ନିର୍ବାହୀ ଅଧିକାରୀ ଶ୍ରୀ ଅତନୁ କୁମାର ସାମନ୍ତ , ବ୍ଲକ ଶିକ୍ଷା ଅଧିକାରୀ ମୌସୁମୀ ସାହୁ , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧ୍ୟକାରୀ ଶ୍ରୀ ଶାରଦା ପ୍ରସାଦ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Recent Post

Live Cricket Update