



ଟିକା ଉତ୍ସବର ପ୍ରଥମ ଦିନରେ ପ୍ରାୟ ୩୦ ଲକ୍ଷ ଟିକା ନେଇଥିବା ବେଳେ ମୋଟ ଟିକାକରଣ ୧୦ କୋଟି ୪୫ ଲକ୍ଷରେ ପହଞ୍ଚିଛି
ଦୈନିକ ନୂଆ ମାମଲାର ୮୧% ଆସିଛନ୍ତି ୧୦ ରାଜ୍ୟରୁ ମୋଟ ସକ୍ରିୟ କରୋନା ମାମଲାର ୭୦.୧୬% ଅଛନ୍ତି ପାଞ୍ଚ ରାଜ୍ୟରେ
ଜେ ବି ଏନ, ୧୩/୦୪ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ନୂଆଦିଲ୍ଲୀ : ଆଜି ଦେଶବ୍ୟାପୀ ଟିକା ଉତ୍ସବର ଦ୍ୱିତୀୟ ଦିନରେ ଟିକାକରଣ ଚାଲିଛି । ଦେଶରେ ଆଜି ପର୍ଯ୍ୟନ୍ତ ମୋଟ ଟିକାକରଣ ୧୦ କୋଟି ୪୫ ଲକ୍ଷକୁ ଟପି ଯାଇଛି ।
ଆଜି ସକାଳ ୭ଟା ସୁଦ୍ଧା ଦେଶରେ ୧୫,୫୬,୩୬୧ ସେସନରେ ମୋଟ ୧୦,୪୫,୨୮,୫୬୫ ଡୋଜ୍ ଟିକା ପ୍ରଦାନ କରାଯାଇଛି । ଏହା ମଧ୍ୟରେ ରହିଛି, ୯୦,୧୩,୨୮୯ ଏଚସିଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୫୫,୨୪,୩୪୪ ଜଣ ଏଚସିଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ୯୯,୯୬,୮୭୯ ଜଣ ଏଫଏଲଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୪୭,୯୫,୭୫୬ ଜଣ ଏଫଏଲଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ୬୦ ବର୍ଷରୁ ଅଧିକ ବୟସର ୪,୦୫,୩୦,୩୨୧ ଜଣଙ୍କୁ ପ୍ରଥମ ଡୋଜ୍, ୧୯,୪୨,୭୦୫ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଏବଂ ୪୫ ବର୍ଷରୁ ୬୦ ବର୍ଷ ମଧ୍ୟରେ ୩,୨୦,୪୬,୯୧୧ ଜଣଙ୍କୁ ପ୍ରଥମ ଡୋଜ୍ ଓ ୬,୭୮,୩୬୦ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି ।
HCWs
FLWs
Age Group 45-60 years
Over 60 years
Total
1st Dose
2nd Dose
1st Dose
2nd Dose
1st Dose
2nd Dose
1st Dose
2nd Dose
90,13,289
55,24,344
99,96,879
47,95,756
3,20,46,911
6,78,360
4,05,30,321
19,42,705
10,45,28,565
ଦେଶରେ ହୋଇଥିବା ମୋଟ ଟିକାକରଣ ୬୦.୧୩% ଟିକା ଦିଆଯାଇଛି ଆଠଟି ରାଜ୍ୟରେ ।
ଟିକା ଉତ୍ସବର ପ୍ରଥମ ଦିବସରେ ଗତକାଲି ପ୍ରାୟ ୩୦ ଲକ୍ଷ ଡୋଜ୍ ଟିକା ଦିଆଯାଇଛି ।
ଟିକା ଉତ୍ସବର ପ୍ରଥମ ଦିନରେ ଗତକାଲି ୬୩,୮୦୦ ଟିକାକରଣ କେନ୍ଦ୍ରରେ ଟିକା ଦିଆଯାଇଥିଲା, ଯାହାକି ହାରାରାରି ୧୮,୮୦୦ ଟିକାକରଣ କେନ୍ଦ୍ର ଅଧିକ ହୋଇଥିଲା । ଅନେକ ଟିକାକରଣ କେନ୍ଦ୍ର ଘରୋଇ କାର୍ଯ୍ୟକ୍ଷେତ୍ରରେ ହୋଇଥିଲା । ଗତକାଲି ରବିବାର ଥିଲା, ଯେଉଁଦିନ କି ସାଧାରଣତଃ କମ୍ ଟିକାଦାନ ହୋଇଥାଏ, କିନ୍ତୁ ଟିକା ଉତ୍ସବର ଏହି ପ୍ରଥମ ଦିନରେ ପ୍ରାୟ ୩୦ ଲକ୍ଷ ଟିକା ଦିଆଯାଇଥିଲା ।
ଟିକାକରଣ ଅଭିଯାନର ୮୬ତମ ଦିବସ (ଏପ୍ରିଲ ୧୧, ୨୦୨୧)ରେ ୨୯,୩୩,୪୧୮ ଡୋଜ୍ ଟିକା ଦିଆଯାଇଥିଲା । ଏଥିରୁ ୩୮,୩୯୮ ସେସନରେ ୨୭,୦୧,୪୩୯ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍ ଓ ୨,୩୧,୯୭୯ ହିତାଧିକାରୀଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇଛି ।
Date: 11th April, 2021
HCWs
FLWs
45 to <60 years
Over 60 years
Total Achievement
1stDose
2ndDose
1stDose
2nd Dose
1stDose
2nd Dose
1stDose
2nd Dose
1stDose
2ndDose
9,226
16,055
43,264
36,547
17,70,258
36,878
8,78,691
1,42,499
27,01,439
2,31,979
ବିଶ୍ୱସ୍ତରରେ ଦୈନିକ କରୋନା ଟିକା ପ୍ରଦାନ କ୍ଷେତ୍ରରେ ଭାରତ ଅଗ୍ରଣୀ ସ୍ଥାନରେ ରହିପାରିଛି । ଭାରତରେ ଦିନକୁ ହାରାହାରି ୪୦,୫୫,୦୫୫ ଡୋଜ୍ ଟିକା ଦିଆଯାଇଛି । ଗତକାଲି ୩୮,୩୪,୫୭୪ ଡୋଜ୍ ଟିକା ଦିଆଯାଇଛି ।
ଭାରତରେ ଦୈନିକ କରୋନା ମାମଲା କ୍ରମାଗତ ଭାବେ ବୃଦ୍ଧି ପାଇଚାଲିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୬୮,୯୧୨ କରୋନା ମାମଲା ଚିହ୍ନଟ ହୋଇଛି ।
ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ଦିଲ୍ଲୀ, ଛତିଶଗଡ଼, କର୍ଣ୍ଣାଟକ, କେରଳ, ତାମିଲନାଡ଼ୁ, ମଧ୍ୟପ୍ର୍ରଦେଶ, ଗୁଜରାଟ ଏବଂ ରାଜସ୍ଥାନ ଆଦି ଦଶଟି ରାଜ୍ୟରେ ଦୈନିକ କରୋନା ମାମଲା ବୃଦ୍ଧି ପାଉଛି । ନୂତନ ମାମଲା ମଧ୍ୟରୁ ୮୩.୦୨% ଆସିଛି ଦଶଟି ରାଜ୍ୟରୁ ।
ମହାରାଷ୍ଟ୍ରରେ ଦିନକରେ ସର୍ବାଧିକ ୬୩,୨୯୪ କରୋନା ମାମଲା ଚିହ୍ନଟ ହୋଇଛି । ଏହା ପଛକୁ ଉତ୍ତର ପ୍ରଦେଶରେ ୧୫,୨୭୬ ଏବଂ ଦିଲ୍ଲୀରେ ୧୦,୭୭୪ ମାମଲା ଆସିଛି ।
ନିମ୍ନରେ ସୂଚିତ ହୋଇଥିବା ୧୬ଟି ରାଜ୍ୟରେ ଦୈନିକ କରୋନା ମାମଲା ଉପରମୁହାଁ ଥିବା ଉଲ୍ଲେଖ ହୋଇଛି ।
ଭାରତରେ ମୋଟ କରୋନା ସକ୍ରିୟ ମାମଲା ଏବେ ୧୨,୦୧,୦୦୯ରେ ପହଞ୍ଚିଛି । ଏହା ଏବେ ଦେଶର ମୋଟ ପଜିଟିଭ୍ ମାମଲାର ୮.୮୮% ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ମାମଲାରେ ସିଧାସଳଖ ୯୨,୯୨୨ ବୃଦ୍ଧି ହୋଇଛି ।
ମହାରାଷ୍ଟ୍ର, ଛତିଶଗଡ଼, କର୍ଣ୍ଣାଟକ, ଉତ୍ତର ପ୍ରଦେଶ ଏବଂ କେରଳ ଆଦି ପାଞ୍ଚଟି ରାଜ୍ୟରେ ଦେଶର ମୋଟ ସକ୍ରିୟ ମାମଲାର ୭୦.୧୬% ମାମଲା ରହିଛି । କେବଳ ମହାରାଷ୍ଟ୍ରରେ ରହିଛି ଦେଶର ମୋଟ ସକ୍ର୍ରିୟ ମାମଲାର ୪୭.୨୨% ମାମଲା ।
ଭାରତରେ ଏ ପର୍ଯ୍ୟନ୍ତ ମୋଟ ୧,୨୧,୫୬,୫୨୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଜାତୀୟ ସୁସ୍ଥତା ହାର ରହିଛି ୮୯.୮୬% ।
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୫,୦୮୬ ଜଣ ସୁସ୍ଥ ହୋଇଛନ୍ତି ।
ଦୈନିକ କରୋନା ମୃତୁ୍ୟ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୦୪ ଜଣଙ୍କ ମୃତୁ୍ୟ ହୋଇଛି ।
ନୂଆ ମୃତୁ୍ୟ ମଧ୍ୟରୁ ୮୯.୧୬% ମୃତୁ୍ୟ ହୋଇଛି ଦଶଟି ରାଜ୍ୟରେ । ମହାରାଷ୍ଟ୍ରରେ ସର୍ବାଧିକ ୩୪୯ ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ଛତିଶଗଡ଼ରେ ୧୨୨ ଜଣଙ୍କ ମୃତୁ୍ୟ ହୋଇଛି ।
୯ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଗତ ୨୪ ଘଣ୍ଟା ମଧ୍ୟରେ କୌଣସି କରୋନା ମୃତୁ୍ୟ ହୋଇନାହିଁ । ଏସବୁ ହେଲା ଓଡ଼ିଶା, ହିମାଚଳ ପ୍ରଦେଶ, ଲଦାଖ (କେନ୍ଦ୍ରଶାସିତ ଅଞ୍ଚଳ) ଦାମନ ଓ ଡିଉ ଏବଂ ଦାଦ୍ରା ଓ ନଗର ହାବେଲି, ମେଘାଳୟ, ସିକିମ, ଲାକ୍ଷାଦ୍ୱୀପ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ଅରୁଣାଚଳ ପ୍ରଦେଶ ।