ରାଜ୍ୟରେ ଘୂର୍ଣ୍ଣିଝଡ଼ : ୟେଲୋ ୱାର୍ନିଂ ଜାରି 

ରାଜ୍ୟରେ ଘୂର୍ଣ୍ଣିଝଡ଼ : ୟେଲୋ ୱାର୍ନିଂ ଜାରି 

 

 

ଜେ ବି ଏନ, ୧୩/୦୪ /୨୦୨୧, ଭୁବନେଶ୍ବର : କାଳବୈଶାଖୀ ଜନିତ ବର୍ଷାରେ ରାଜ୍ୟବାସୀ ଅସହ୍ୟ ତାତିରୁ ଆଶ୍ଵସ୍ତି ପାଇଛନ୍ତି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ପଶ୍ଚିମ ଆଭ୍ୟନ୍ତର , ଦକ୍ଷିଣ ଓ ଉପକୂଳର ୨୧ଟି ଜିଲାରେ କାଳବୈଶାଖୀ ଜନିତ ବର୍ଷା ଓ ଘୂର୍ଣ୍ଣିଝଡ଼ ସମ୍ଭାବନା ରହିଛି ବୋଲି ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି । ସୂଚନା ମୁତାବକ , ସୋମବାର ଅପରାହ୍ନ ସାଢ଼େ ୧ଟାରୁ ମଙ୍ଗଳବାର ସକାଳ ସାଢେ ୮ଟା ମଧ୍ୟରେ କୋରାପୁଟ , ମାଲକାନଗିରି , ରାୟଗଡ଼ା , ଗଜପତି , କନ୍ଧମାଳ , ଗଞ୍ଜାମ , ନୟାଗଡ଼ , ନବରଙ୍ଗପୁର , କଳାହାଣ୍ଡି , ବଲାଙ୍ଗୀର , ବୌଦ୍ଧ , ଅନୁଗୋଳ , ଢେଙ୍କାନାଳ , ସୁନ୍ଦରଗଡ଼ , ଦେବଗଡ଼ , କେନ୍ଦୁଝର , ମୟୂରଭଞ୍ଜ , ଯାଜପୁର , ବାଲେଶ୍ଵର , ଭଦ୍ରକ ଜିଲାର ସ୍ଥାନରେ ହାଲୁକାରୁ ମମଧରଣ ବର୍ଷା ସାଙ୍ଗକୁ ବଜ୍ରପାତ ହେବାର ସମ୍ଭାବନା ରହିଛି ।

 

 

ସେହିପରି କିଛି ସ୍ଥାନରେ କୁଆ ପଥର ବର୍ଷା ହେବ । ସେହିପରି କୋରାପୁଟ , ମାଲକାନଗିରି , ରାୟଗଡ଼ା , ଗଜପତି , ଗଞ୍ଜାମ , ନୟାଗଡ଼ ବୌଦ୍ଧ , ଅନୁଗୁଳ , ଢେଙ୍କାନାଳ , କେନ୍ଦୁଝର ଓ ମୟୁରଭଞ୍ଜ ଜିଲାର ଗୋଟିଏ କିମ୍ବା ୨ଟି ସ୍ଥାନରେ ବଜ୍ରପାତ ଏବଂ କୁଆପଥର ବର୍ଷା ସହିତ ବିଜୁଳି ଓ ଘଡ଼ଘଡ଼ି ସହ ଘଣ୍ଟା ପ୍ରତି ପବନର ବେଗ ୩୦ରୁ ୪୦ କି.ମି ରହି ଘୂର୍ଣ୍ଣିଝଡ ସମ୍ଭାବନା ରହିଛି । ଏନେଇ ୧୧ଟି ଜିଲାକୁ ୟେଲୋ ୱାର୍ନିଂ ଜାରି କରାଯାଇଛି । ଏହି ସମୟରେ ଲୋକଙ୍କୁ ଘର ଭିତରୁ ବାହାରକୁ ନ ଯିବାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି । ୧୨ରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବର୍ଷା ସମ୍ଭାବନା ରହିଛି ।

Recent Post

Live Cricket Update