ବସ ଚଳାଚଳ ବନ୍ଦ: ଛତିଶଗଡ ର ଶ୍ରମିକ ସାଇକେଲ ଯୋଗେ ଫେରୁଛନ୍ତି

କରୋନା ସାଜିଲା ବଇରୀ

ବସ ଚଳାଚଳ ବନ୍ଦ: ଛତିଶଗଡ ର ଶ୍ରମିକ ସାଇକେଲ ଯୋଗେ ଫେରୁଛନ୍ତି

 

ଜେ. ବି. ଏନ୍, ରିପୋର୍ଟ, ବିନୋଦ କୁମାର ନାୟକ, (୧୩/୦୪/୨୦୨୧) ଅମ୍ବାଭୋନା :ବରଗଡ଼ ଜିଲ୍ଲା କରୋନା ମହାମାରୀ ଦ୍ବିତୀୟ ଲହରୀ ବେଳେ ସାରା ରାଜ୍ୟରେ କଟକଣା  କରିବା ସଂଗେ ସୀମାନ୍ତବର୍ତ୍ତୀ ଛତିଶଗଡ ସୀମା ସଂପୂର୍ଣ୍ଣ ଭାବେ ସିଲ କରାଯାଇଛି । କରୋନା କଟକଣା ହେତୁ ଗତ ୧୧ତାରିଖ ଛତିଶଗଡ ବସ ଚଳାଚଳ ବନ୍ଦ ଯୋଗୁଁ ବହୁ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ସଂଗେ ସାମାଜିକ,ବୈବାହିକ,ଗମନାଗମନ ସଂପର୍କ ସଂପୂର୍ଣ୍ଣ ଭାବେ ପ୍ରତିବନ୍ଧକ ସାଜିଥିବା ଦେଖିବାକୁ ମିଳିଛି ।

ରାଜ୍ୟ ବାହାର ଲୋକ ମାନଙ୍କୁ ଆସିବା ଓ ରହିବା ନିଷେଧାଦେଶ ଜାରି କରିଥିବା ବେଳେ ଆଜି ଛତିଶଗଡ ର ରାୟଗଡ,ସାରଙ୍ଗଗଡ,ବିଲାସପୁର,ବାସନା ସରାଇପାଲି,ଆଦି ଅଞ୍ଚଳର ଶ୍ରମିକ ଅମ୍ବାଭୋନା ଅଞ୍ଚଳ କୁ ଇଟା ଭାଟି, ନୂତନ ଘର ନିର୍ମାଣ ମିସତ୍ରୀ  କାମ କରିବାକୁ ଆସିଥିଲେ । କିନ୍ତୁ ସେମାନେ ନିଜ ଅଞ୍ଚଳ କୁ ଯିବାକୁ ଚାହୁଁଥିବା ବେଳେ ଛତିଶଗଡ କୁ ବସ ଚଳାଚଳ ବନ୍ଦ ହେତୁ ବହୁ ଶ୍ରମିକ ଯିବାକୁ କୌଣସି ଯାନବାହାନ ନଥିବାରୁ ବହୁ ସାଇକେଲ ଯୋଗେ ଦୂର ଦୂରାନ୍ତ  କୁ ଯିବାକୁ ବାଧ୍ୟ ହେଉଛନ୍ତି   । ଏହି ଶ୍ରମିକ ମାନଙ୍କୁ ରୁଚିଦା ଚେକଗେଟ୍ ଠାରେ ପୁଲିସ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମାକ୍ସ ଯାଞ୍ଚ, ଥର୍ମାଲ ସ୍କିନିଂ ଓ ଆରଟି ପିସିଆର ଟେଷ୍ଟ  କରି ଛତିଶଗଡ କୁ ଛଡାଯାଉଛି । ଫଳରେ ଭୁକ୍ତା,ପ୍ରକାଶପୁର,ରୁଚିଦା,କୁମ୍ମୋ,ଗଣ୍ଠିଆପାଲି ଆଦି ସ୍ଥାନରେ ବସ ଗୁଡିକ ଅଟକି ରହୁଛି । ବସ ଚଳାଚଳ ବନ୍ଦ ଯୋଗୁଁ ବହୁ ଲୋକେ ଛତିଶଗଡ ଯିବାକୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯଦି ଛତିଶଗଡ ଯିବାକୁ ହେଲେ ଭୁକ୍ତା ପ୍ରକାଶପୁର ରୁ ୭କିଲୋମିଟର  ସରିଆ,୧୫ କିଲୋମିଟର ବଡେ ନୁଆଁପରା ଚାଲି ଚାଲି ଯାଇ ବସ ଚଢୁଥିବା ଦେଖିବାକୁ ମିଳିଛି । ଓଡିଶା ଛତିଶଗଡ ଗମନାଗମନ ଗୋଟିଏ ପ୍ରକାର ବନ୍ଦ ହୋଇଯାଇଛି ।ଉଭୟ ରାଜ୍ୟ ର ବରଯାତ୍ରୀ ,କନ୍ୟା ବିଦାୟ,ବିବାହ ବ୍ରତ,ଦଶହ କାର୍ଯ୍ଯ  ସଂପୂର୍ଣ୍ଣ ପ୍ରତିବନ୍ଧକ ସାଜିଛି ।

Recent Post

Live Cricket Update