ଆରକ୍ଷୀ ଅଧିକ୍ଷକ କାର୍ଯ୍ୟାଳୟ ଘେରାଉ

କୋର୍ଟ କର୍ମଚାରୀ ଙ୍କୁ ଦୁର୍ବ୍ୟବହାର ର ପ୍ରତିବାଦ

ଜେ. ବି. ଏନ୍ ( ୧୩/୦୪/୨୦୨୧)ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କୋର୍ଟର ଜଣେ କର୍ମଚାରୀଙ୍କୁ ପୁଲିସ ଦୁବ୍ଯବହାର କରି ମାଡ଼ ମାରିଥିବା ଅଭିଯୋଗ ନେଇ ଆଜି ଜିଲ୍ଲା ଓକିଲ ସଂଘ ପକ୍ଷରୁ ଆରକ୍ଷୀ ଅଧିକ୍ଷକ ଅଫିସ୍‌ ଘେରାଉ କରାଯାଇଥିଲା । ସଂଘ ସଭାପତି ସଞ୍ଜୟ ମିଶ୍ର , ଉପସଭାପତି ସରୋଜ ପାଢ଼ୀ , ପୂର୍ବତନ ଉପସଭାପତି ସୌରୀଶୁ ଶେଖର ଦାସଙ୍କ ସମେତ ଶହେରୁ ଅଧିକ କାର୍ଯ୍ୟରତ ଓକିଲ ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟା ସମୟରେ ଏସ୍‌ପି ଅଫିସକୁ ଘେରାଉ କରିଥିଲେ । ସଂଘର କର୍ମକର୍ତ୍ତାମାନେ ଏସ୍‌ପି କେ. ଶିବା ସୁବ୍ରମଣୀଙ୍କୁ ଭେଟି ଘଟଣା ସମ୍ପର୍କରେ ଅବଗତ କରାଇବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ ।

ଓକିଲ ସଂଘ ସଭାପତି ଶ୍ରୀ ମିଶ୍ରଙ୍କ ଅଭିଯୋଗ ଅନୁଯାୟୀ , ଗତ ଶନିବାର ଦିନ କୋର୍ଟର ପିଅନ ଭାବେ କାର୍ଯ୍ୟରତ ପ୍ରକାଶ କୁମାର ସାହୁଙ୍କୁ କୋଭିଡ ନିୟମ ଅନୁଯାୟୀ ମାସ୍କ ପିନ୍ଧିନଥିବା ଦର୍ଶାଇ ଟାଉନ ଥାନାର ଏସଆଇ ତୁଷାର ନାୟକ ତାଙ୍କୁ ରାସ୍ତା ଉପରେ ଦୁର୍ବବହାର କରିବା ସହିତ ମାଡ଼ ମାରିବା ଅଭିଯୋଗ କରିଥିଲେ । ଏଥିସହ ତାଙ୍କ ମୋବାଇଲ ମଧ୍ୟ ଛଡାଇନେଇଥିଲେ । ଖବରପାଇ ଦୁଇଜଣ ଓକିଲ ସେଠାରେ ପହଞ୍ଚି ଏ ସମ୍ପର୍କରେ ପଚାରି ବୁଝିଥିଲେ ହେଁ ଏସଆଇ ଜଣଙ୍କ ସେମାନଙ୍କୁ ମଧ୍ୟ ଧମକ ଦେଇଥିଲେ । ଏହାର ପ୍ରତିବାଦରେ ସଂଘ ପକ୍ଷରୁ ଆଜି ଏସ୍‌ପିଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯିବା ସହ ଘଟଣା ସମ୍ପର୍କରେ ଅବଗତ କରାଯାଇଛି । ଏ ଭକ୍ତ ଘଟଣାର ତଦନ୍ତ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି ।

Recent Post

Live Cricket Update