କଙ୍କଡ଼ାହାଡ଼ ପଞ୍ଚାୟତ ସମିତି ବୈଠକ

ସ୍ୱାସ୍ଥ୍ୟ ପରିଚାଳନା ନେଇ ସମିତିସଭ୍ୟ ଙ୍କ ପ୍ରତିବାଦ 

ଜେ. ବି. ଏନ୍ ( ୧୩/୦୪/୨୦୨୧) କାମାକ୍ଷାନଗର : କଙ୍କଡ଼ାହାଡ଼ ପଞ୍ଚାୟତ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବ୍ଲକ୍ ଅଧ୍ୟକ୍ଷ କାର୍ତ୍ତିକ ସାହୁ ଅଧ୍ୟକ୍ଷତା କରିଥିଲେ । ବିଡ଼ି ଓ ଖଗେଶ୍ବର ପାତ୍ର , ସହକାରୀ ଯନ୍ତ୍ରୀ ଅକ୍ଷୟ ବେହେରା , ଗ୍ରାମ ସମ୍ପ୍ରସାରଣ ଅଧିକାରୀ ସୁରେଶ ଚନ୍ଦ୍ର ପଣ୍ଡା , ଜିଲ୍ଲା ପରିଷଦ ସଭ୍ୟା ସୁକାନ୍ତି ପ୍ରଧାନ , ଚାରୁ ଲତ ମିଶ୍ର , ବ୍ଳକର ସମସ୍ତ ସରପଞ୍ଚ ଓ ସମିତି ସଭ୍ୟଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

ବୈଠକରେ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରାଯାଇଥିଲା । ପଞ୍ଚାୟତ ଲୋକ ପ୍ରତିନିଧି ମାନେ ସେମାନଙ୍କ ପଞ୍ଚାୟତି ର ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ । ମହାବିରୋଡ଼ ସମିତିସଭ୍ୟ କୃଷ୍ଣଚନ୍ଦ୍ର ସାହୁ ଚିକିତ୍ସାଳୟର ବହୁବିଧ ସମସ୍ୟାକୁ ନେଇ ଅଭିନବ ପ୍ରତିବାଦ କରିଥିଲେ ।ଅଧିକାରୀ ବସିଥିବା ଟେବୁଲ ତଳେ ଚଟାଣରେ ବସି ଗାମୁଛା ପତାଇ ଚିକିତ୍ସାଳୟ ଉନ୍ନତି କରଣ ନିମନ୍ତେ ଆର୍ଥକ ସହାୟତା ଯୋଗାଇ ଦେବାକୁ ଭିକ୍ଷା ମାଗିଥିଲେ । ବିଡ଼ିଓ ତାଙ୍କୁ ବୁଝାସୁଝା କରିବା ସହ ମହାବିରୋଡ଼ ଚିକିତ୍ସାଳୟର ବାଉଣ୍ଡାରୀ ପାଇଁ ୫ ଲକ୍ଷ ଓ ଚିକିତ୍ସା ଗୃହ ପାଇଁ ୫ ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ସେ ଧାରଣାରୁ ଉଠିଥିଲେ ।

Recent Post

Live Cricket Update