କୁକୁଡ଼ା ପାଳନ ବ୍ୟବସାୟ କରି ମହିଳା ଲାଭବାନ ହେବା ସହ ଅନ୍ୟମାନଂକ ପାଇଁ ସୃଷ୍ଟି କରିଛନ୍ତି ପ୍ରେରଣା 

କୁକୁଡ଼ା ପାଳନ ବ୍ୟବସାୟ କରି ମହିଳା ଲାଭବାନ ହେବା ସହ ଅନ୍ୟମାନଂକ ପାଇଁ ସୃଷ୍ଟି କରିଛନ୍ତି ପ୍ରେରଣା 

 

 

ଜେ ବି ଏନ, ୧୩/୦୪ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ଅନୁଗୋଳ : ସମ୍ପ୍ରତି ମହାମାରୀ କରୋନା ସଂକ୍ରମଣ ହେତୁ ଅନେକ ଲୋକ ବ୍ୟବସାୟରେ କ୍ଷତି ସହୁଥିବା ବେଳେ ପାଳଲହଡା ବ୍ଳକ୍ ରଜଡଙ୍ଗ ଗ୍ରାମର ମହିଳା ଆଲି ବେହେରା ଓଡିଶା ଜୀବିକା ମିଶନ ଅନ୍ତର୍ଗତ କୋଭିଡ -୧୯ ସହାୟତା ପ୍ୟାକେଜରେ ୪୦ ହଜାର କା ଋଣ ନେଇ କୁକୁଡା ପାଳନ ଓ ମାଂସ ବିକ୍ରୟ କେନ୍ଦ୍ର କରି ଲାଭବାନ ହେବା ସହ ଅନ୍ୟମାନଂକ ପାଇଁ ପ୍ରେରଣା ସାଜିଛନ୍ତି । ୨୦୧୧ ମସିହାରେ ମା ସରସ୍ଵତୀ ସ୍ଵୟଂ ସହାୟକ ଗୋଷ୍ଠୀ ଜରିଆରେ ସେ ଏହି ବ୍ୟବସାୟ ଆରମ୍ଭ କରି ମାସକୁ ଆଠ ହଜାର କା ରୋଜଗାର କରିବାରେ ସକ୍ଷମ ହୋଇଛନ୍ତି । ଏହାଛଡା ସେ ତାର ଲାଭୀଶର ୩୦ ପ୍ରତିଶତ ଭବିଷ୍ୟତର ବ୍ୟବସାୟ ପ୍ରସାରଣ ନିମନ୍ତେ ଲଗାଇଛନ୍ତି । ଆଲି ବେହେରା ଜଣେ ଦକ୍ଷ ମହିଳା ହୋଇ ସ୍ଵୟଂ ସହାୟକ ଗୋଷ୍ଠୀ ଜରିଆରେ ତାଙ୍କର ବ୍ୟବସାୟ ପ୍ରତିଷ୍ଠା ନିମନ୍ତେ ଓଡିଶା ଜୀବିକା ମିଶନ ଦ୍ଵାରା ପ୍ରଭାବିତ ହୋଇଛନ୍ତି | ମହାମାରୀ କରୋନା ସମୟରେ କୁକୁଡା ପାଳନ ଓ ଏହାର ମାଂସ ବିକ୍ରୟ ନିମନ୍ତେ ସେ ବଜାର ସୃଷ୍ଟି କରି ଜଣେ ସଫଳ ମହିଳା ଭାବେ ନିଜକୁ ପ୍ରତିପାଦିତ କରିଛନ୍ତି । ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଆଲି ବେହେରାଙ୍କର ଏହି ସଫଳ ଉଦ୍ୟମକୁ ପ୍ରଶଂସା କରିବା ସହ ତାଂକର ବ୍ୟବସାୟର ଉତ୍ତୋରତ୍ତର ଉନ୍ନତି କାମନା କରିଛନ୍ତି ।

Recent Post

Live Cricket Update