ପ୍ରଜ୍ଞା ଭାରତୀ ଆବାସିକ ଉଚ୍ଚ ବିଦ୍ୟାଳୟ ସୋନପୁର କୁ ସିଲ କରିବାସହ ଜୋରିମାନା କଲା ପ୍ରଶାସନ –

କୋଭିଡ ଗାଇଡ଼ ଲାଇନ ର ଉଲଂଘନ –

 ପ୍ରଜ୍ଞା ଭାରତୀ ଆବାସିକ ଉଚ୍ଚ ବିଦ୍ୟାଳୟ ସୋନପୁର କୁ ସିଲ କରିବାସହ ଜୋରିମାନା କଲା ପ୍ରଶାସନ –

 

ଜେ ବି ଏନ, ୧୪/୦୪ /୨୦୨୧, (ରିପୋର୍ଟ, ସୁଦାମ ଚରଣ ସାହୁ, ୱେଷ୍ଟର୍ଣ୍ଣ ଓଡିଶା ବ୍ୟୁରୋ) ସୁବର୍ଣ୍ଣପୁର, :   ତା 13/04/21, ପୂର୍ବାହ୍ନରେ ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସହରସ୍ଥିତ ପେଲେସ ଗାର୍ଡେନ ଲେନ ରେ ଅବସ୍ଥିତ ପ୍ରଜ୍ଞାଭାରତୀ ଆବାସିକ ଉଚ୍ଚ ବିଦ୍ୟାଳୟ ରେ ବିଦ୍ୟାଳୟ କତୃପକ୍ଷ ଙ୍କ ଦ୍ୱାରା ଓଡିଶା ସରକାରଙ୍କ ସମ୍ପ୍ରତି ପ୍ରଚଳନ କୋଭିଡ ନିୟମାବଳୀ ର ଉଲଂଘନ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସ୍କୁଲ ଓ ସ୍କୁଲ ପରିସର କୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସିଲ କରାଯାଇଥିବା ବେଳେ ଅନୁଷ୍ଠାନ କତୃପକ୍ଷ ଙ୍କୁ ଏଥି ନିମନ୍ତେ ଟ.50, 000/- ଜୋରିମାନା କରାଯାଇଛି l ଘଟଣାକ୍ରମରେ ସୋନପୁର ସହରସ୍ଥିତ ପ୍ରଜ୍ଞାଭାରତୀ ଆବାସିକ ଉଚ୍ଚ ବିଦ୍ୟାଳୟ କତୃପକ୍ଷ ସାମ୍ପ୍ରତିକ ପ୍ରଚଳିତ ସରକାରଙ୍କ କୋଭିଡ ଗାଇଡ଼ ଲାଇନ କୁ ଉଲଂଘନ କରି ନବମ ଶ୍ରେଣୀ ଛାତ୍ର /ଛାତ୍ରୀ ଙ୍କୁ ସ୍କୁଲ ରେ ଅଫଲାଇନ ମାଧ୍ୟମରେ ଶିକ୍ଷାଦାନ ଦେଉଥିବା ବେଳେ ସାମାଜିକ ଦୂରତ୍ୱ କୁ ମଧ୍ୟ ପାଳନ କରାଯାଉ ନ ଥିବା ଖବର ପାଇବାପରେ ଜିଲ୍ଲା ପ୍ରଶାସନ ତରଫରୁ ଉପଜିଲ୍ଲାପାଳ ସୋନପୁର, କାର୍ଯ୍ୟନିଵାହୀ ଅଧିକାରୀ, ସୋନପୁର ମ୍ୟୁନିସିପାଲିଟି, ସବ ଇନିସ୍ପେକଟର , ସୋନପୁର ଟାଉନ ଥାନା,ମୁଖ୍ୟ କିରାଣୀ, ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ, ପ୍ରଭୁତି ଚଢ଼ାଉ କରି ସରଜମିନ ସମୀକ୍ଷା ପରେ ସ୍କୁଲ କତୃପକ୍ଷଙ୍କୁ କୋଭିଡ ନିୟମ ଉଲଂଘନ ନିମନ୍ତେ ଟ.50, 000 /- ଙ୍କl ଜୋରିମାନା କରିବା ସହ ବିଦ୍ୟାଳୟ କୁ ଅନ୍ୟାଦେଶ ପର୍ଯ୍ୟନ୍ତ ସିଲ କରାଯାଇଛି l ଏହି ଚଢାଉ ରେ ସୋନପୁର ଉପଜିଲ୍ଲାପାଳ ନିହାର ରଞ୍ଜନ କଁହର, ମ୍ୟୁନିସିପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟlଶୁ ରୁଟ, ସବ ଇନିସ୍ପେକଟର ଅଭିନାଶ ପ୍ରଧାନ, ମୁଖ୍ୟ କିରାଣୀ- ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ , ପ୍ରମୁଖଙ୍କ ସହ ମ୍ୟୁନିସିପାଲିଟି କାର୍ଯ୍ୟାଳୟର ଅଜିତ କୁମାର ନାଏକ ତଥା ଅନ୍ୟାନ୍ନ କର୍ମଚାରୀ ମହଜୁଦ ଥିଲେ l

Recent Post

Live Cricket Update