



ସିବିଏସଇ ଦଶମ ପରୀକ୍ଷା ବାତିଲ
ଜେ ବି ଏନ, ୧୪/୦୪ /୨୦୨୧, (ରିପୋର୍ଟ, ପ୍ରଦୀପ କୁମାର କାଣ୍ଡି), ନୂଆଦିଲ୍ଲୀ: ସିବିଏସଇ ଦଶମ ପରୀକ୍ଷା ବାତିଲ। ପରୀକ୍ଷା ବାତିଲ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ସୂଚନା ଦେଇଛନ୍ତି। ଆଜି ସିବିଏସଇ ପରୀକ୍ଷା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କଙ୍କ ସହ ବୈଠକ କରିଥିଲେ। ଏହାପରେ କେନ୍ଦ୍ର ସରକାର ଦଶମ ଶ୍ରେଣୀ ପରୀକ୍ଷା ବାତିଲ୍ ନେଇ ସୂଚନା ଦେଇଛନ୍ତି।
ଟ୍ୱିଟ ଯୋଗେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଏହି ସୂଚନା ଦେଇ କହିଛନ୍ତି ଯେ, ବୋର୍ଡ ଦ୍ୱାରା ନିର୍ଦ୍ଧାରିତ ପଦ୍ଧତି ଜରିଆରେ ରେଜଲ୍ଟ ପ୍ରକାଶ ପାଇବ। ଯେଉଁମାନେ ରେଜଲ୍ଟରେ ସନ୍ତୁଷ୍ଟ ନହେବେ ପୁଣି ସେମାନେ ପରୀକ୍ଷା ଦେଇପାରିବେ। ପରିସ୍ଥିତି ସ୍ୱାଭାବିକ ହେଲା ପରେ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ।
ଜୁନ୍ ୧ରେ ପୁଣିଥରେ ଏବାବଦରେ ସମୀକ୍ଷା କରିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ଶିକ୍ଷା ମନ୍ତ୍ରାଳୟ କହିଛି। ୧୦ମ ବୋର୍ଡ ପରୀକ୍ଷା ମେ ୪ରୁ ଜୁନ ୭ ଏବଂ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ମେ ୪ରୁ ଜୁନ ୧୫ ମଧ୍ୟରେ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା।