



ବୌଦ୍ଧ ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଡଃ. ବି. ଆର ଆମ୍ବେଦକର ଙ୍କ ଜନ୍ମ ଜୟନ୍ତୀ ପାଳିତ
ଜେ. ବି. ଏନ୍ (୧୪/୦୪/୨୦୨୧) (ରିପୋର୍ଟ, ସୁଦାମ ଚରଣ ସାହୁ, ୱେଷ୍ଟର୍ଣ୍ଣ ଓଡିଶା ବ୍ୟୁରୋ), ବୌଦ୍ଧ : ବୌଦ୍ଧ ରେ ସକାଳ ୮ ଟା ସମୟରେ ଡଃ. ବି. ଆର୍ ଆମ୍ବେଦକର ଙ୍କ ଜନ୍ମ ଜୟନ୍ତୀ ଉତ୍ସବ ଉପଲକ୍ଷେ ଡଃ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀ ରେ କେବଳ ମାଲ୍ୟାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବ ଉପଲକ୍ଷେ ବୌଦ୍ଧ ଜିଲ୍ଲାପାଲ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର, ବୌଦ୍ଧ ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁକ୍ତ ଏନ୍ ସି ଜ୍ୟୋତି ରଞ୍ଜନ ନାୟକ, ଉପଜିଲ୍ଲାପାଳ ଅଶ୍ୱିନୀ କୁମାର ମେହେର, ଡେପୁଟି କଲେକ୍ଟର ଅବିନାଶ ପାଣ୍ଡିଆ, ସହକାରୀ ଜିଲ୍ଲାପାଳ ବିରଞ୍ଚି ଧାରୁଆ ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ବୌଦ୍ଧ ରୀତା କାନ୍ତି ବଳିୟାର ସିଂହ, ବୌଦ୍ଧ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ୍. ଏ. ସି. ମନୋରଞ୍ଜନ ପଣ୍ଡା, ଏବ୍ଂ ଅନନ୍ୟ ଅଧିକାରୀ ଏନ୍. ଏ. ସି. ର କର୍ମଚାରୀ ବାବା ସାହେବ ଆମ୍ବେଦକର ଫାଉଣ୍ଡେସନ ଏବଂ ଦଳିତ ଅଧିକାରୀ ମଞ୍ଚର କର୍ମକର୍ତ୍ତା ଗଣ ମାଧ୍ୟମ ପ୍ରତିନିଧି ଉଭୟ ଇଲେକ୍ଟ୍ରୋନିକ ଓ ପ୍ରିଣ୍ଟ ମିଡିଆ ର ସମ୍ପାଦିକ ବୃନ୍ଦ ଉପସ୍ଥିତ ରହି ଡଃ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀ ରେ ମାଲ୍ୟାର୍ପଣ କରିଥିଲେ। ଏଥି ସହିତ ସମସ୍ତ ମହାପୁରୁଷଙ୍କ ପ୍ରତିମୂର୍ତ୍ତୀ ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଲୋକ ସମ୍ପର୍କ କାର୍ଯ୍ୟାଳୟ ବୌଦ୍ଧ ଙ୍କ ତରଫରୁ ଆୟୋଯିତ ଏହି କାର୍ଯ୍ୟକ୍ରମରେ ଏହି କାର୍ଯ୍ୟାଳୟର କର୍ମଚାରୀ ଚନ୍ଦ୍ର ଶେଖର ପଟ୍ଟନାୟକ, ଯୁଧିଷ୍ଠିର ପ୍ରଧାନ, ଅକ୍ଷୟ କୁମାର, ଏବଂ ଏନ୍. ଏ. ସି. ର କର୍ମଚାରୀ ମାନେ ସହଯୋଗ କରିଥିଲେ।