ବ୍ରହ୍ମପୁର ର କାହ୍ନl ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ନିଆରା ଢଙ୍ଗରେ ଓଡ଼ିଆ ନବ ପାଳନ

ବ୍ରହ୍ମପୁର ର କାହ୍ନl ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ନିଆରା ଢଙ୍ଗରେ ଓଡ଼ିଆ ନବ ପାଳନ


ଜେ ବି ଏନ, ବ୍ରହ୍ମପୁର (ଟୁକୁନା ପ୍ରଧାନ, ୧୪.୦୪.୨୦୨୧)-: ଆଜି ମହାବିଷୁବ ସଂକ୍ରାନ୍ତି, ହନୁମାନ ଜୟନ୍ତୀ ଏବଂ ଓଡ଼ିଆ ନବ ବର୍ଷ ଅବସରରେ ବ୍ରହ୍ମପୁର ସେବା ସଂଗଠନ କାହ୍ନl ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଏକ ଅଭିନଵ ଢଙ୍ଗରେ ପାଳନ କରାଯାଇଛି ।କୋର୍ଟପେଟା ସ୍ଥିତ ଜଗନ୍ନାଥ ମନ୍ଦିର ପାଖରୁ ଆରମ୍ଭ କରି ଗେଟ୍ ବଜାର ପାଖରେ ଥିବା ଭୋକିଲା,ନିରାଶ୍ରୟୀ ମାନଙ୍କୁ ନୂତନ ବସ୍ତ୍ର ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି।ଏଥି ସହ ଲୋକମାନଙ୍କୁ କରୋନା ସଚେତନତା ବାର୍ତ୍ତା ଦେବା ସହ ମାସ୍କ ,ସାନିଟାଇଜର ବଣ୍ଟନ କରାଯାଇଛି । ଟ୍ରଷ୍ଟ ପ୍ରତିଷ୍ଠାତା ଶ୍ରୀମତୀ ରଞ୍ଜନା ମିଶ୍ର ଙ୍କ ପୌରହିତ୍ୟ ରେ ଏହି କାର୍ଯ୍ୟକ୍ରମ ରେ ବିଜୟ କୃଷ୍ଣ ମହାନ୍ତି,ସ୍ବର୍ଣ୍ଣଲତା ସାହୁ,ମନୋରଞ୍ଜନ ଚୌଧୁରୀ,ବିଷ୍ଣୁ ପ୍ରିୟା ପାଢ଼ୀ, ଅଞ୍ଜଳି ମହାନ୍ତି, ସୋନମ ଦାସ,ଉଷାରାଣୀ ପଟ୍ଟନାୟକ, ସସ୍ମିତା ସାହୁ,ପି. କୋମଳି,ସୁଜାତା ମହାପାତ୍ର, ବାବୁଲା ମହାପାତ୍ର,ରୋନାଲି ପାଣିଗ୍ରାହୀ, ବଂଶୀଧର ଦାସ,ସନ୍ତୋଷ ପାଣିଗ୍ରାହୀ, ଟି. ବିଜୟ ରାଓ,ସନ୍ତୋସିନୀ ସାବତ,ଅନିତା ସାହୁ ଓ ଅଶୋକ ପାଣିଗ୍ରାହୀ ଙ୍କ ସମେତ ଟ୍ରଷ୍ଟ ର ବହୁ ସଦସ୍ୟସଦସ୍ୟା ମାନେ ଉପସ୍ଥିତ ଥିଲେ ।

Recent Post

Live Cricket Update