



ଗଡ଼ ବୁଢ଼ାପଙ୍କ ଗ୍ରାମରେ ମା ତାରିଣୀ ଦେବୀଙ୍କ ଅଷ୍ଟମ ମହୋତ୍ସବ ପାଳିତ
ଜେବିଏନ୍ ୧୪/୦୪/୨୦୨୧ (ରିପୋର୍ଟ ସୁବ୍ରତ ସାମଲ) ବଅଁରପାଳ : ଅନଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡ଼ ବୁଢାପଙ୍କ ଗ୍ରାମରେ ମା ତାରିଣୀଙ୍କ ଅଷ୍ଟମ ବାର୍ଷିକ ଉତ୍ସବ ମହା ସମାରୋହ ରେ ହୋଇଯାଇଛି।
ଆଜି ଗ୍ରାମର ମା ତାରିଣୀ ଙ୍କ ଭକ୍ତ ବୃନ୍ଦ ପ୍ରାତଃ ସମୟରେ ଏକ କଳସ ଶୋଭା ଯାତ୍ରା ନିମନ୍ତେ ବ୍ରହ୍ମଣୀ ନଦୀ ରୁ ଗ୍ରାମର ତାରିଣୀ ମନ୍ଦିର କୁ କଳସ ଯାତ୍ରା ହୋଇଥିଲା। ପରବର୍ତ୍ତୀ ସମୟରେ ପୂଜକ ଶ୍ରୀ ଲକ୍ଷ୍ମଣ ପଣ୍ଡା ଙ୍କ ଦ୍ୱାରା ସମସ୍ତ କାର୍ଯ୍ୟ ବିଧି ସମାପନ ହୋଇଥିଲା ପରବର୍ତ୍ତୀ ସମୟରେ ସଭାପତି ବାବୁଲି ସାମଲ ସମ୍ପାଦକ ପ୍ରସାନ୍ତ ମହାନ୍ତି ଓ ଗ୍ରାମର ଅନ୍ୟାନ୍ୟ କର୍ମ କର୍ତ୍ତାଙ୍କ ଉପସ୍ଥିତି ରେ ଭୋଗ ର ଏକ ଅର୍ଣ ପ୍ରଶ୍ନନ କାର୍ଯ୍ୟକ୍ରମ ପରିଚାଳିତ କରାଯାଇଥିଲା।