ଖାମଖିଆଲି କୋଭିଡ୍ ଟେଷ୍ଟି ଯୋଗୁଁ ଜନତା ହନ୍ତସନ୍ତ

ଖାମଖିଆଲି କୋଭିଡ୍ ଟେଷ୍ଟି ଯୋଗୁଁ ଜନତା ହନ୍ତସନ୍ତ

ଜେ. ବି. ଏନ୍  (ସୁଶାନ୍ତ କୁମାର /ଶୁଭମ ପାଣି) ୧୪/୦୪ /୨୦୨୧ ଢେଙ୍କାନାଳ : ଖାମଖିଆଲି କୋଭିଡଟେଷ୍ଟି ଯୋଗୁଁ ଆଜି କାମାକ୍ଷାନଗର କୁସୁମଯୋଡି ପଞ୍ଚାୟତ ନୁଆଗାଁବିଲ ଗ୍ରାମର ହଳଧର ବିଶ୍ଵାଳ ହନ୍ତସନ୍ତ | ଦେହ ଖରାପ ଲାଗିବାରୁ ହଳଧର ଆଜି ଦିନ ୧୨ ଟା ବେଳେ ଅଁଳାବେରେଣୀ ମେଡିକାଲ ଯାଇ ନିଜର କୋଭିଡ୍ ଟେଷ୍ଟି କରାଇଥିଲେ । ଏହା ପଜିଟିଭ ଆସିବାରୁ ତାଙ୍କର ସନ୍ଦେହ ସୃଷ୍ଟି ହେଲା ।

ତେଣୁ ସେ ସଙ୍ଗେ ସଙ୍ଗେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ଆସି ନିଜର କୋଭିଡ୍ ଟେଷ୍ଟି ଆଉଥରେ କରାଇଥିଲେ । ଆଶ୍ଚର୍ଯ୍ୟର ବିଷୟ ଏହା ନେଗେଟିଭ ଆସିଥିଲା । ତେଣୁ ସେ ବିଚଳିତ ହୋଇ ଏ ବିଷୟରେ ଓଡିଶା ପ୍ରଜା ସଂଘର୍ଷ ସମିତି ରାଜ୍ୟ ସଭାପତି ଜନନେତା ଇଂ . ଦେବାଶିଷ ହୋତାଙ୍କୁ ଅବଗତ କରାଇଥିଲେ । ଇଂ . ହୋତା କେଭିଡ୍ ଟେଷ୍ଟିରେ ଏଭଳି ଅନିୟମିତତାକୁ ଦୃଢ ନିନ୍ଦା କରିବା ସହିତ ଏଭଳି ଖାମଖିଆଲି ମନୋଭାବ ଯୋଗୁଁ ସାଧାରଣ ଗରିବ ଜନତା ଅଯଥାରେ ହଇରାଣ ହରକତ ହେଉଛନ୍ତି ବୋଲି ପ୍ରକାଶ କରିଛନ୍ତି । କୋଭିଡ୍ ନାମରେ ଯେଭଳି ଗରିବ ଜନତା ଠକାମିର ଶୀକାର ନ ହୁଅନ୍ତି ସେଥିପ୍ରତି ସମସ୍ତେ ସଚେତନ ରହିବାକୁ ଇଂ . ହୋତା ଇତ୍ୟବସରରେ ପରାମର୍ଶ ଦେଇଛନ୍ତି

Recent Post

Live Cricket Update