ଅନୁଗୋଳ ଜିଲ୍ଲାରୁ ୬୫ ଜଣ କରୋନା ପଜିଟିଭ ଚିହ୍ନଟ – ପଜିଟିଭ ସଂଖ୍ୟା ୧୨୮୯୭ରେ ପହଞ୍ଚିଲା – ସୁସ୍ଥ ହେଲେ ୫ ଜଣ 

ଅନୁଗୋଳ ଜିଲ୍ଲାରୁ ୬୫ ଜଣ କରୋନା ପଜିଟିଭ ଚିହ୍ନଟ – ପଜିଟିଭ ସଂଖ୍ୟା ୧୨୮୯୭ରେ ପହଞ୍ଚିଲା – ସୁସ୍ଥ ହେଲେ ୫ ଜଣ 

 

ଜେ ବି ଏନ, ୧୪/୦୪ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ଅନୁଗୋଳ :ଅନୁଗୁଳ ଜିଲ୍ଲାରେ ୬୫ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଜଣାପଡିଛି । ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୋଳରେ ଆଜି (ସ୍ୱାବ ନମୁନା ଦେଇଥିବା ବ୍ୟକ୍ତି ) କେହି ଆକ୍ରାନ୍ତ ଚିହ୍ନଟ ହୋଇ ନଥିବାରୁ ଆକ୍ରାନ୍ତ ସଂଖ୍ୟା ୨୫୮ ରେ ରହିଛି । ଅନୁଗୋଳ ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମାନଙ୍କ ମଧ୍ୟରେ ଛେଣ୍ଡିପଦା ବ୍ଲକ ଅଞ୍ଚଳରୁ ୧୪ଜଣ ( ୧୦ ଜଣ ପୁରୁଷ ଓ ୪ଜଣ ମହିଳା ) , ତାଳଚେର ପୌରାଞ୍ଚଳରୁ ୧୨ଜଣ ( ୧୦ଜଣ ପୁରୁଷ ଓ ୨ଜଣ ମହିଳା ) , କଣିହାଁ ବ୍ଲକ ଅଞ୍ଚଳରୁ ୧୦ଜଣ ୯କଣ ପୁରୁଷ ଓ୧ ଜଣ ମହିଳା ) , ଅନୁଗୋଳ ପୌରାଞ୍ଚଳରୁ ୯ଜଣ ( ୬ଜଣ ପୁରୁଷ ଓ ୩ଜଣ ମହିଳା ) , ବଅଁରପାଳ ବ୍ଳକ ଅଞ୍ଚଳରୁ ୯କଣ ( ୫ଜଣ ପୁରୁଷ ଓ ୪ଜଣ ମହିଳା ) , ତାଳଚେର ବ୍ଲକ ଅଞ୍ଚଳରୁ ୪ଜଣ ( ୩ଜଣ ପୁରୁଷ ଓ୧ ଜଣ ମହିଳା , କିଶୋରନଗର ବ୍ଲକ ଅଞ୍ଚଳରୁ ୪ଜଣ ( ୨ଜଣ ପୁରୁଷ ଓ ୨ଜଣ ମହିଳା ) , ଅନୁଗୋଳ ବୃକ୍ତ ଅଞ୍ଚଳରୁ ୧ଜଣ ( ୧ଜଣ ପୁରୁଷ ) , ଆଠମଲ୍ଲିକ ବ୍ଲକ ଅଞ୍ଚଳରୁ ୧କଣ ( ୧ଜଣ ମହିଳା ଓ ପାଳଲହଡା ବ୍ଲକ ଅଞ୍ଚଳରୁ ୧ଜଣ ( ୧ଜଣ ପୁରୁଷ ଅଛନ୍ତି । ଚିହ୍ନଟ ହୋଇଥିବା ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତ ମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୋନା ୱାର୍ଡକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ଵଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତ ମାନଙ୍କୁ ନିଜ ଘରେ ଆଇସୋଲେସନ୍ ରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି । କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଜିଲ୍ଲାପାଳ ଏନ୍ଫୋର୍ସମେଣ୍ଟ ଉପରେ ଗୁରୁତ୍ବାରୋପ କରିବା ସହ ଜନସାଧାରଣ ମାନଙ୍କୁ ମାକ୍ସ ପରିଧାନ , ସାମାଜିକ ଦୂରତା ଅବଲମ୍ବନ ଓ ନିୟମିତ ହାତ ଧୋଇବା ନିମନ୍ତେ ପରାମର୍ଶ ଦେଇଛନ୍ତି । ଆଜି ଅନୁଗୋଳ ଜିଲ୍ଲାରୁ ସୁସ୍ଥ ହୋଇଥୁବା ୫ଜଣ ହୋମ ଆଇସୋଲେସନ୍ ଥିବାର ଜଣାପଡିଛି ।

Recent Post

Live Cricket Update