



ପୁସ୍ତପୁର ନିକଟରେ କାର ଦୁର୍ଘଟଣା, ଜଣେ ମୃତ, ଜଣେ ଗୁରୁତର
ଜେ ବି ଏନ, ବ୍ରହ୍ମପୁର ( ଟୁକୁନା ପ୍ରଧାନ, ୧୪/୦୪/୨୦୨୧)-: ଆଜି ରାତି ୭.୩୦ ମିନିଟ୍ ସମୟରେ ଗଞ୍ଜାମ ଜିଲ୍ଲାର ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ପୁସ୍ତପୁର ନିକଟରେ କାର ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ ଆଜି ପୁସ୍ତପୁର ଗ୍ରାମର ରାହୁଲ ଘୋଷ ଓ ନାଇକାଣି ପଲ୍ଲୀ ଗ୍ରାମର ସୁନୀଲ ଭୂୟାଁ ଏକ ମାରୁତି ରିଜ୍ (OR 02 BH 7945 ) ଗାଡ଼ିରେ ଖଲ୍ଲିକୋଟ ଅଭିମୁଖେ ଯାଉଥିବା ବେଳେ ପୁସ୍ତପୁର ଠାରୁ ମଥୁରା ମଧ୍ୟରେ ରାସ୍ତା ପାର୍ଶ୍ୱରେ ଥିବା ଏକ ଗଛରେ ଗାଡିଟି ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା। ଘଟଣା ସ୍ଥଳରେ ରାହୁଲ ଘୋଷ ଙ୍କର ମୃତ୍ୟୁ ଘଟିଥିବା ବେଳେ ସୁନୀଲ ଗୁରୁତର ଆହତ ହୋଇଛନ୍ତି। ସୁନୀଲକୁ ପ୍ରଥମେ ଖଲ୍ଲିକୋଟ ଓ ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରେ ବେଗୁନିଆପଡା ପୋଲିସ ପହଞ୍ଚି ତଦନ୍ତ କରୁଛି ।