ଏମସିଏଲ ରେ ଜାଲ କାଗଜପତ୍ର ତିଆରି ଅଭିଯୋଗରେ ଚାରି ଅଭିଯୁକ୍ତ ଗିରଫ
ଜେ ବି ଏନ, ୧୪/୦୪ /୨୦୨୧, (ରିପୋର୍ଟ, ସୁଶୀଲ କୁମାର), ତାଳଚେର/ଅନୁଗୋଳ : ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ ସାଉଥ୍ ବଲଣ୍ଡା ସ୍ଥିତ କିଛି ଦୋକାନୀ ଜାଲ କାଗଜ ତିଆରି ଅଭିଯୋଗରେ କୋଲିୟରୀ ଥାନା ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି l ସୂଚନା ମୁତାବକ ଜଗନ୍ନାଥ ଓ ସି ପି ର ପ୍ରୋଜେକ୍ଟ ଅଫିସର ଗତ ୧୦ ତାରିଖରେ କୋଲିୟରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଯେ କେହି ଜଣେ ଜାଲ ଟ୍ରାନ୍ଜିଟ୍ ପାସ ତିଆରି କରି ୱେ ବ୍ରିଜ ପାଇଁ ଜାଲିଆତି କରି ଚାଲିଛି l ଏହା ଦ୍ୱାରା ବହୁ ସମୟରେ ଉତେଜନା ପ୍ରକାଶ ପାଇ ଚାଲିଛି l ସୂଚନା ପାଇ ପୋଲିସ ତଦନ୍ତ ଚଲାଇଥିଲେ ଓ ସାଉଥ୍ ବଲଣ୍ଡା ଅଞ୍ଚଳରେ ଥିବା ସୁଶିଲ୍ କମ୍ୟୁନିକେସନ୍, ଚନ୍ଦନ ଜେରକ୍ସ, କ୍ଲାସିକ କମ୍ୟୁନିକେସନ୍ ଏଥିରେ ସମ୍ପୃକ୍ତ ଥିବା ଜାଣିଥିଲେ l ତେଣୁ ପୋଲିସ ଚଢାଉ କରି ସେମାନଙ୍କ ନିକଟରୁ ସିଲ୍ଟ୍ରା, ଟ୍ରିନ୍ଜିଟ୍ ପାସ, କମ୍ପ୍ୟୁଟର୍ସ, ପ୍ୟାନ କାର୍ଡ ସମେତ ବହୁ ଆପତ୍ତି ଜନକ ଜିନିଷ ଉଦ୍ଧାର କରଛି l