Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ସାଧାରଣ ଜନତା ଙ୍କ ପାଇଁ ଦରଦ କେତେ

(ଜେ ବି ଏନ /ପ୍ରିୟବ୍ରତ ସାମଲ) ୧୪/୦୪/୨୦୨୧ ଅନୁଗୋଳ : –ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନୂଆହତା ଗ୍ରାମ ଦେଇ ଯାଇଥିବା ୫୫ ନଂ ଜାତୀୟ ରାଜପଥ ରେ ଆଜି ଧୂଳି ଓ କାରଖାନା ପାଉଁଶ ରେ ସ୍ତାନୀୟ ବାସିନ୍ଦା ହନ୍ତସନ୍ତ। ସୂଚନା ମୁତାବକ ଆଜି ପୂର୍ବାହ୍ନ ସମୟରେ ସାମାନ୍ୟ ପବନ ହୋଇଥିବା ବେଳେ ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ନେଇଥିବା ଗାୟତ୍ରୀ କମ୍ପାନୀ ପକ୍ଷରୁ ନିକଟରେ ଥିବା କାରଖାନା ଗୁଡ଼ିକର ପାଉଁଶ ପକାଉଥିବା ପାଉଁଶ ଉଡାକୁ ନେଇ ଗ୍ରାମବାସୀ ହନ୍ତସନ୍ତ।

ଏହି ଧୂଳି ଓ ପାଉଁଶ କୁ ନେଇ ଗ୍ରାମବାସୀ ଙ୍କ ଦ୍ଵାରା ଗାୟତ୍ରୀ କମ୍ପାନୀ କୁ ବାରମ୍ବାର ଅଭିଯୋଗ ହେଉଥିବା ବେଳେ ଏ ନେଇ କମ୍ପାନୀ ପକ୍ଷରୁ କୌଣସି ପ୍ରକାରର ପଦେକ୍ଷପ ନିଆଯାଉ ନାହିଁ ଏବଂ ପ୍ରାଶାସନିକ ଦୃଷ୍ଟି ଆକର୍ଷଣ ହେଉନଥିବା ସାଧାରଣ ରେ ଅସନ୍ତୋଷ ଦେଖିବାକୁ ମିଳିଛି ।ଆଗାମୀ ଦିନରେ ଏହାର ଉଚିତ୍ ପଦେକ୍ଷପ ନହେଲେ ଏହାର ଦୃଢ଼ ବିରୋଧ ହେବ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।