ଆଇପିଏଲ୍ : ଚମତ୍କାର ବୋଲିଂ କରି ୬ ରନରେ ବିଜୟୀ ହେଲା ଆରସିବି
ଜେ ବି ଏନ, ୧୫/୦୪/୨୦୨୧, ନୂଆଦିଲ୍ଲୀ : ଆଇପିଏଲ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଛି ବାଙ୍ଗାଲୋର ଦଳ । ଏହି ମ୍ୟାଚରେ ସନ ରାଇଜର୍ସ ହାଇଦ୍ରାବାଦ ଦଳ ହାତରୁ ମ୍ୟାଚ ଛଡାଇ ଆଣିଛି ଆରସିବି । ଏହି ମ୍ୟାଚରେ ୬ ରନରେ ବିଜୟ ହାସଲ କରିଛି ବିରାଟ ବାହିନୀ । ଏହାସହ ବାଙ୍ଗାଲୋର ୨ଟି ମ୍ୟାଚ ଜିତି ଏବେ ଆତ୍ମବିଶ୍ବାସ ଦୃଢ଼ ରଖୁଛି । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ହାଇଦ୍ରାବାଦ ଦଳ । ତେଣୁ ପ୍ରଥମେ ବ୍ୟାଟିଂ ଆସିଥିଲା ବାଙ୍ଗାଲୋର । ହେଲେ ଭଲ ପ୍ରଦର୍ଶନ କରି ପାରିନଥିଲେ । ଏହି ମ୍ୟାଚରେ ମ୍ୟାକ୍ସୱେଲ ଅର୍ଦ୍ଧଶତକ ହାସଲ କରିଥଲେ । ଫଳରେ ଦଳ ୧୪୯ ରନ କରିବାରେ ସକ୍ଷମ ହୋଇଥିଲା ।