ଶୁକ୍ରବାର ଠାରୁ ଲାଗୁ ହେବ ୧୨ ଘଣ୍ଟିଆ କର୍ଫ୍ୟୁ, ସନ୍ଧ୍ୟା ୫ ରୁ ବଜାର ହେବ ବନ୍ଦ 

ଶୁକ୍ରବାର ଠାରୁ ଲାଗୁ ହେବ ୧୨ ଘଣ୍ଟିଆ କର୍ଫ୍ୟୁ, ସନ୍ଧ୍ୟା ୫ ରୁ ବଜାର ହେବ ବନ୍ଦ 

ଜେ ବି ଏନ, ୧୫/୦୪/୨୦୨୧, ଜୟପୁର : ମହାମାରୀ କରୋନା ସଂକ୍ରମଣ ଯୋଗୁଁ ରଜସ୍ଥାନରେ କରୋନା ସ୍ଥିତି ଉତ୍କଟ ହେଉଥିବାରୁ ସରକାର ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଶୁକ୍ରବାର ଠାରୁ ରାଜ୍ୟର ସବୁ ସହରରେ ୧୨ ଘଣ୍ଟିଆ କମ୍ପ୍ୟୁ ବଳବତ୍ତର ରହିବ । ସୂଚନା ମୁତାବକ ସନ୍ଧ୍ୟା ୬ଟାରୁ ସକାଳ ୬ଟା ଯାଏ କେବଳ ଜରୁରୀ ସେବାକୁ ଛାଡ଼ି ଆଉ ସବୁ ବନ୍ଦ ରହିବ । ଏହି ସମୟରେ କେହି ବି ବାହାରକୁ ବାହାରି ପାରିବେ ନାହିଁ । ଏପ୍ରିଲ ୩୦ ଯାଏ ଏହି ନିୟମ କାର୍ଯ୍ୟକାରୀ ହେବ । କରୋନା ଚେକୁ ଭାଙ୍ଗିବା ପାଇଁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ଘୋଷଣା ଅନୁଯାୟୀ , କମ୍ପ୍ୟୁ ସନ୍ଧ୍ୟା ୬ଟାରୁ ଲାଗିବାକୁ ଥିଲେ ହେଁ ୫ଟାରୁ ସବୁ ମାର୍କେଟ ବନ୍ଦ ହେବ । ୫ଟା ପରେ କୌଣସି ପ୍ରତିଷ୍ଠାନ ଓ ଦୋକାନ ଖୋଲି ପାରିବ ନାହିଁ । ସମସ୍ତ ସରକାରୀ ଅଫିସ ୪ଟା ସୁଦ୍ଧା ବନ୍ଦ ହେବ । ସେହିପରି ଶକବାର ଠାରୁ ସମସ୍ତ ଶିକ୍ଷାନୁଷ୍ଠାନ ଓ କୋଚିଙ୍ଗ ସେଣ୍ଟର ବନ୍ଦ ହେବ ବୋଲି ସୂଚନା ମିଳିଛି l

Recent Post

Live Cricket Update