ରାଜ୍ୟରେ ୪୭ଟି ଅତ୍ୟାଧୁନିକ ଆମ୍ବୁଲାନ୍ସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଜେ ବି ଏନ, ୧୫/୦୪ /୨୦୨୧, ଭୁବନେଶ୍ବର : ରାଜ୍ୟରେ ୪୭ଟି ଅତ୍ୟାଧୁନିକ ଆମ୍ବୁଲାନ୍ସର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆମ୍ବୁଲାନ୍ସରେ ରହିଛି ଜୀବନ ରକ୍ଷାକାରୀ ସହାୟତା ବ୍ୟବସ୍ଥା (ଏଶଲଏସ) । ଭର୍ଚୁଆଲ ଲୋକାର୍ପଣ ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗୁରୁତର ରୋଗୀଙ୍କ ପରିବହନରେ ଆମ୍ବୁଲାନ୍ସ ସହାୟକ ହେବ । ୪୭ଟି ଆମ୍ବୁଲାନ୍ସକୁ ମିଶି ରାଜ୍ୟରେ ଏଏଲଏସ ଆମ୍ବୁଲାନ୍ସ ସଂଖ୍ୟା ୧୦୩କୁ ବୃଦ୍ଧି କରାଯାଇଛି । ୪୭ଟି ନୂଆ ଆମ୍ବୁଲାନ୍ସ ମଧ୍ୟରୁ ୨୮ଟି ୧୦୮ ଆମ୍ବୁଲାନ୍ସ ବ୍ୟବସ୍ଥାରେ ସାମିଲ ହେବ । ଅନ୍ୟ ୧୯ଟି ଆମ୍ବୁଲାନ୍ସ ବିଭିନ୍ନ ମେଡିକାଲ କଲେଜରେ ନିୟୋଜିତ ହେବ ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-6.jpg)


