ପରଜଙ୍ଗ ବ୍ଲକର ରୋଡ଼ ପଞ୍ଚାୟତ ଠାରେ ଏକ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ନେହେରୁ ଯୁବକେନ୍ଦ୍ର ଓ ସାମାଜିକ ସାଂସ୍କୃତିକ ବିକାଶ ସଂଘ ର ମିଳିତ ଉଦ୍ଦେଶ୍ୟରେ ପରଜଙ୍ଗ ବ୍ଲକର ରୋଡ଼ ପଞ୍ଚାୟତ ଠାରେ ଏକ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ହୋଇଥିଲା।ଏଥିରେ ରୋଡ଼ ସେବେନ ଷ୍ଟାର ଓ କୁନ୍ଦନ ଦେଇପୂର ଇଲେଭେନ୍ ମଧ୍ୟରେ ୩ ରାଉଣ୍ଡ ମ୍ୟାଚ ହୋଇଥିଲା। କୁନ୍ଦନ ଦେଇପୂର୍ ୨ ରାଉଣ୍ଡ ରେ ଜିତି ବିଜୟ ହାସଲ କରିଥିଲା।ଓ ରୋଡ଼ ଠାରେ ଏକ ୧୦୦ ମିଟର ଦୌଡ ପ୍ରତିଯୋଗୀତା ହୋଇଥିଲା।ସେଥିରେ ରୋଡ଼ ଗ୍ରାମର ପନ୍ଦର ଜଣ ପ୍ରତିଯୋଗୀ ଭାଗ ନେଇଥିଲେ।ଓ ପ୍ରଥମ ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ।ଏଥିରେ ମୂଖ୍ୟ ଅତିଥି ରୂପରେ ରୋଡ଼ ସରପଞ୍ଚ ଶ୍ରୀ ବିଶ୍ୱଜିତ୍ ନାୟକ ଓ ସମ୍ମାନିତ ଅତିଥି ଭାବେ ସାମାଜିକ ସାଂସ୍କୃତିକ ବିକାଶ ସଂଘ ର ସମ୍ପାଦକ ଶ୍ରୀମତୀ ସୌମ୍ୟା ମିଶ୍ର, ଅକୁଲ ସାହୁ ଯୋଗଦାନ କରି ବିଜୟୀ ପ୍ରାର୍ଥୀଙ୍କୁ ପୁରସ୍କାର ବିତରଣ କରିଛନ୍ତି।ପୂର୍ବତନ ଶିକ୍ଷକ ମଦନ ଆଚାର୍ଯ୍ୟ ଖେଳକୁ ପରିଚାଳନା କରୁଥିଲେ।ଏଥି ନିମନ୍ତେ ନେହେରୁ ଜୁବକେନ୍ଦ୍ର ଢ଼େଙ୍କାନାଳ ଓ ସାମାଜିକ ସାଂସ୍କୃତିକ ବିକାଶ ସଂଘକୁ ପଞ୍ଚୟତବାସୀ ପ୍ରଶଂସା କରିଛନ୍ତି।

Recent Post

Live Cricket Update