ଖରସ୍ରୈତା ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

ଖରସ୍ରୈତା ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

ବିଷୟ_____ ଆଜି ବିଂଝାରପୁର ବ୍ଳକ ଅନ୍ତର୍ଗତ ସିଂହପୁର ସ୍ଥିତ ଖରସ୍ରୈତା ମହାବିଦ୍ୟଳୟର ୪୪ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି । ଉକ୍ତ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା କ୍ରୀଡା ସଂସଦର ସଭାପତି ପ୍ରଫେସର ସତ୍ୟବ୍ରତ ପାଢ଼ୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବରେ ବ୍ଳକ ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାଶ, ମୁଖ୍ୟବକ୍ତା ଭାବରେ ମହାବିଦ୍ୟାଳୟର ପରିଚାଳନା କମିଟିର ସଭାପତି ପ୍ରମୋଦ କୁମାର ସାହୁ ଯୋଗଦେଇ କହିଥିଲେ ଯେ ଛାତ୍ର ଛାତ୍ରୀ ମାନଙ୍କୁ କ୍ରୀଡା ର ଆବଶ୍ୟକତା ଓ ଶୃଙ୍ଖଳା ବିଷୟରେ ମାର୍ଗଦର୍ଶନ ଦେଇ କହିଥିଲେ ଯେ ପାଠପଢ଼ା ସହିତ ଭଲ ମଣିଷ ହେବାପାଇଁ ଆଶା ଓ ବିଶ୍ବାସ ରହିଲେ ଜଣେ ଭବିଷ୍ୟତରେ ଭଲ ମଣିଷ ହୋଇପାରିବ ଓ ଜୀବନରେ ବିଭିନ୍ନ ପ୍ରତିଯୋଗିତା ମଧ୍ୟରେ କ୍ରିଡା ପ୍ରତିଯୋଗିତାର ଉପାଦେୟତା ଯାହା ଶାରିରୀକ ଗଠନ,ମାନସିକ ସନ୍ତୁଳନ ସହିତ ରାଜ୍ୟ ଓ ବିଶ୍ଵରେ ସୁନାମ ଅର୍ଜନ କରିପାରିବ ବୋଲି ମୁଖ୍ୟ ଅତିଥି ଏବଂ ମୁଖ୍ୟ ବକ୍ତା ପ୍ରକାଶ କରିଥିଲେ ।ସଂସଦର ଉପ ସଭାପତି ଡ଼ ସୁବାଷ ଚନ୍ଦ୍ର ସାହୁ କ୍ରୀଡା ବିବରଣୀ ପାଠ କରିଥିଲେ ଓ ଖେଳକୁ ସୁଚାରୁ ରୁପେ ପରିଚାଳନା କରିଥିଲେ ।ପରିଷଦର ସଭ୍ୟ,ସଭ୍ୟା ଯଥା ଅଧ୍ୟାପିକା ରୁପାଲୀ ମହାରଣା,ପୁଷ୍ପରେଖା ଜେନା,ଅଧ୍ୟାପକ ଜଳଧର ସାହୁ ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ ।ଏହି ଖେଳକୁ କ୍ରୀଡା ଶିକ୍ଷକ ଦିଲ୍ଲୀପ ସାର ଓ ଶକ୍ତି ସାର ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ କଲେଜର ସମସ୍ତ ଅଧ୍ୟାପକ ,ଅଧ୍ୟାପିକା ଓ କର୍ମଚାରି ବୃନ୍ଦ ସହଯୋଗ କରିଥିଲେ ।

ଯାଜପୁରରୁ ସରୋଜ କୁମାର ସାହୁ ଙ୍କ ରିପୋର୍ଟ୍ ଜାଗ୍ରତ ଭାରତ news

Recent Post

Live Cricket Update