Search
Close this search box.

ଲମ୍ବୋଦରପୁର ଗ୍ରାମରେ ମହାଚଣ୍ଡୀଙ୍କ ୧୮ତମ ଯଜ୍ଞ ଉଦ୍‌ଯାପନୀ

ଲମ୍ବୋଦରପୁର ଗ୍ରାମରେ ମହାଚଣ୍ଡୀଙ୍କ ୧୮ତମ ଯଜ୍ଞ ଉଦ୍‌ଯାପନୀ

ଢେଙ୍କାନାଳ , ୦୬.୦୧.୨୦୨୩ : ପ୍ରତିବର୍ଷ ପରି ଚଳିତ ବର୍ଷ ଆରମ୍ଭ ହୋଇଥିବା ମହାଚଣ୍ଡୀ ଯଜ୍ଞ ତଥା ଏହି ଅଂଚଳର ଅଧିଷ୍ଠାତ୍ରୀ ଦେବୀ ମା’ଜଗତ୍‌ଜନନୀ ବ୍ରାହ୍ମଣୀଦେବୀଙ୍କ ବିଜୟସ୍ଥଳୀରେ ୧୮ତମ ବାର୍ଷିକୋତ୍ସବ ଉଦ୍‌ଯାପନୀ ହୋଇଯାଇଅଛି । ଏହା ଗତ ୩ ତାରିଖ ଠାରୁ ଆରମ୍ଭ ହୋଇ ଅଦ୍ୟ ଶୁକ୍ରବାର ୬ ତାରିଖରେ ପୂର୍ଣ୍ଣାହୁତି କରାଯାଇ ଉଦ୍‌ଯାପନୀ ହୋଇଯାଇଅଛି । ଆଖପାଖ ଅଂଚଳ ଗ୍ରାମର ସଂକୀର୍ତନ ମଣ୍ଡଳୀଙ୍କ ଦ୍ବାରା ଉକ୍ତ ଯଜ୍ଞ ବହୁ ଆଡମ୍ବର ସହିତ ଶେଷ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟ ରାଜକିଶୋର ମିଶ୍ର ଥିବାବେଳେ ତାଙ୍କ ସହିତ ମାନସ ରଞ୍ଜନ ପାଣିଗ୍ରାହୀ , ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ପୂଜାର୍ଚ୍ଚନାରେ ସହଯୋଗ କରୁଛନ୍ତି । ଉକ୍ତ ଯଜ୍ଞରେ କର୍ତା ଭାବେ ବିଜୟ କୁମା ସାହୁ ଓ ଉପକର୍ତା ସୂର୍ଯ୍ୟନାରାଣ କରଙ୍କ ସହିତ ନଗେନ୍ କର , ସୁରେଶ ଚନ୍ଦ୍ର କର , ଧୂର୍ବଚରଣ ରାଉତ , ଅଶୋକ , ସୁର , କୁନା , ବବୁଲ୍ , ପ୍ରତାପ ପ୍ରମୁଖଙ୍କ ସହିତ ଗ୍ରାମବାସୀଙ୍କ ସହଯୋଗରେ ମା’ଙ୍କ ୧୮ତମ ବାର୍ଷିକୋତ୍ସବ ତଥା ମହାଚଣ୍ଡୀ ଯଜ୍ଞ ବହୁ ଆଡମ୍ବର ସହିତ ଓ ଉତ୍ସହର ସହିତ ଶେଷ ହୋଇଛି । ମନ୍ଦିର କମିଟିର ସଭାପତି ସଚ୍ଚିଦାନନ୍ଦ କର , ବିଜୟ କୁମାର ସାହୁ , ସୁରେଶ କୁମାର କର , ନଗେନ୍ କୁମାର କର , ଅକ୍ଷୟ କୁମାର କର , ଅଶୋକ ସାହୁ , ଅମୂଲ୍ୟ ସାହୁ , ଗୋବିନ୍ଦ ଶତପଥୀ ପ୍ରମୁଖ ପରିଚାଳନା କରିଥିଲେ । ମୁଖ୍ୟ ପୂଜକ ମୋହନ କରଙ୍କ ଦ୍ବାରା ପୂଜୋତ୍ସବ ଅନୁଷ୍ଠିତ ହୋଇଥିଲା ।

Recent Post

Live Cricket Update

× How can I help you?