ସହରର ଉଭୟ ପାର୍ଶ୍ଵରେ ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କ ବିପୁଳ ସମ୍ବର୍ଦ୍ଧନା

ପୁରୁଷ ବିଶ୍ବକପ୍ ହକି ଟ୍ରଫିକୁ ମେଲାଣି ଦେଲେ ଢେଙ୍କାନାଳବାସୀ

ସହରର ଉଭୟ ପାର୍ଶ୍ଵରେ ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କ ବିପୁଳ ସମ୍ବର୍ଦ୍ଧନା

ଢେଙ୍କାନାଳ : ଢେଙ୍କାନାଳ ସହରରେ ପୁରୁଷ ହକି ବିଶ୍ଵକପ୍ ଟ୍ରଫିକୁ ଢେଙ୍କାନାଳବାସୀ ମେଲାଣି ଦେଇଥିବାବେଳେ ସହରର ଉଭୟ ପାର୍ଶ୍ବରେ ଉତ୍ସସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସ୍ଥାନୀୟ ସର୍କିଟ୍ ହାଉସ୍ ଠାରୁ ପୁରୁଷ ହକି ବିଶ୍ଵକପ୍ ଟ୍ରଫି ବିରାଟ ପଟୁଆରରେ ବାହାରିବା ପରେ ପ୍ରଥମେ ଗାନ୍ଧୀ ପାର୍କ , ବଳରାମ ମନ୍ଦିର ଓ ସହର ପରିକ୍ରମା କରିବା ପରେ ବାଜିଚୌକ ଛକ ଠାରେ ପହଁଚିଥିଲା । ବିଭିନ୍ନ ସ୍ଥାନରେ ଟ୍ରଫିକୁ ପୂଜାର୍ଚ୍ଚନା କରାଯାଇ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି । ସ୍ଥାନୀୟ ମିନି ଷ୍ଟାଡିୟମ୍ ଠାରେ ବିଧାୟକ ସୁଧୁର କୁମାର ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଓଡିଶା ବିଶ୍ଵ ହକି ହବ୍ ବୋଲି ଘୋଷଣାକୁ ବାସ୍ତବରେ ପରିଣତ କରିବା ପାଇଁ ଏହି ପ୍ରତିଯୋଗିତା ଆୟୋଜନ କରାଯାଉଛି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅର୍ଜନା ପୁହାଣ , ଜିଲ୍ଲାପାଳ ସରୋଜ କୁମାର ସେଠୀ , ବିଶିଷ୍ଟ ହକି କୋଚ୍‌ ଗିରିଧାରୀ ସାମଲ , ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଦୀପ୍ତ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ଟ୍ରଫିକୁ ସମ୍ବର୍ଦ୍ଦିତ କରିବା ସହ ଜିଲ୍ଲାର ଗୌରବ ବୋଲି ଅଭିହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ , ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର , ଉପଜିଲ୍ଲାପାଳ ସ୍ନିଗ୍ଧାରାଣୀ ଧଳ , ଜିଲ୍ଲା ଶିକ୍ଷା ଅଧିକାରୀ ନିବେଦିତା ପାଣି , ପୂର୍ବତନ ହିନ୍ଦୋଳ ବ୍ଲକ୍‌ର ଅଧ୍ୟକ୍ଷ ପ୍ରିୟରଞ୍ଜନ ମାହୁଁନ୍ତଙ୍କ ସମେତ ବିଭିନ୍ନ ଅନୁଷ୍ଠାନର କର୍ମକର୍ତା ଓ ଗଣମାଧ୍ୟମ ପ୍ରତିନିଧୂମାନେ ପୁରୁଷ ବିଶ୍ଵକପ୍ ଟ୍ରଫିକୁ ସମ୍ବର୍ଶିତ କରିବା ପରେ କାମାକ୍ଷାନଗର ଅଭିମୁଖେ ଯାତ୍ରା କରିଥିଲା ।

Recent Post

Live Cricket Update