ଛାତ୍ର ଛାତ୍ରୀ ମାନଙ୍କୁ କାଉନସେଲିଂ

ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଛାତ୍ର ଛାତ୍ରୀ ମାନଙ୍କୁ କାଉନସେଲିଂ ପ୍ରୋଗ୍ରାମ କରିବା ପାଇଁ ଜଣାଯାଇଥିବାରୁ, ଏହି ପରିପ୍ରେକ୍ଷୀରେ ଆଜି ଜାନୁଆରୀ ମାସ ସାତ ତାରିଖ ପୂର୍ବାହ୍ନ ରେ ପ୍ରଥମ ଶ୍ରେଣୀ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ବ୍ୟକ୍ତିଗତ ପରିଚ୍ଛନ୍ନତା ଓ ଷଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସୋସିଆଲ ନେଟୱର୍କ ବ୍ୟବହାର ରେ କିପରି ସର୍ତକର୍ତ୍ତା ଅଛି ସେହି ବିଷୟରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରକ୍ରୁତିବନ୍ଧୁ ହରିହର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଛାତ୍ର ଛାତ୍ରୀ ମାନଙ୍କୁ କାଉନସେଲିଂ କରାଯାଇଅଛି। ବିଦ୍ୟାଳୟ ଶିକ୍ଷକ ବିଜୟ କୁମାର ବରାଳ, ରବିନାରାୟଣ ବେହେରା ଶିକ୍ଷୟିତ୍ରୀ ହିରଣ୍ମୟୀ ପଣ୍ଡା ଓ ମଧୁମିତା ପ୍ରଧାନ ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ମାନେ କାର୍ଯ୍ୟକ୍ରମ ରେ ଉଦ୍ ବୋଧନ ଦେଇଥିଲେ।

Recent Post

Live Cricket Update